Only for Entertainment

ପ୍ରଥମ ଥର ପାଇଁ ଜ୍ୟୋତିଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ ।

you yube
0 58

ଓଲିଉଡରେ ପ୍ରଯୋଜକ/ ନିର୍ଦ୍ଦେଶକ ମାନେ ଅନେକ ସମୟରେ ନୂଆ ନୂଆ ଯୋଡ଼ିଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଚାହିଁଥାନ୍ତି । ବେଳେବେଳେ ଏହା ବାଧ୍ୟବାଧକତା ହୋଇଥାଏ ତ ପୁଣି କେତେବେଳେ ଯୋଜନା ଅନୁଯାୟୀ ଘଟିଥାଏ । ଏହି କ୍ରମରେ ଏବେ ଏକ ନୂଆ ଯୋଡ଼ି ତିଆରି ହୋଇଛି, ଏହା ହେଲା ନାୟକ- ନାୟିକାଙ୍କ ଯୋଡ଼ି । ଏଠାରେ ଯେଉଁ ନାୟକ- ନାୟିକାଙ୍କ ଯୋଡ଼ି କଥା କୁହାଯାଉଛି, ସେ ଦୁହେଁ ଓଲିଉଡରେ ବେଶ ଲୋକପ୍ରିୟ । ସେମାନେ ହେଲେ ଜ୍ୟୋତି ଓ ରୀୟା ଦେ । ଜ୍ୟୋତି ‘ମିଠା ମିଠା’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ । ହେଲେ ତାଙ୍କର ପ୍ରଥମ ସିନେମା ହେଲା ‘ଦେଲେ ଧରା କଥା ସରେ’ । ଏହାପରେ ଦର୍ଶକ ତାଙ୍କୁ ଇତିମଧ୍ୟରେ ନିଝୁମ ରାତିର ସାଥୀ, ଦିଲ କା ରାଜା, ମିଠା ମିଠା, ଓଲେ ଓଲେ ଦିଲ ବୋଲେ, ହାପି ଲକିରେ ଦେଖିବାକୁ ପାଇଛନ୍ତି । ସେହିପରି ରୀୟା ଦେ ‘ପ୍ରେମ ଅଢେଇ ଅକ୍ଷର’ ସିନେମାରୁ କ୍ୟାରିଅର ଆରମ୍ଭ କରି ଇତି ମଧ୍ୟରେ ଢେର ସିନେମାରେ ନାୟିକା ଭାବେ ପରଦାକୁ ଆସି ସାରିଲେଣି ।

odia film 1

ତେବେ ଏଦି ଦୁଇ ତାରକାଙ୍କୁ ନେଇ ଏବେ ଏକ ନୂଆ ସିନେମା ନିର୍ମାଣ ହେବାକୁ ଯାଉଛି । ଜ୍ୟୋତି- ରୀୟାଙ୍କ ଯୋଡ଼ିକୁ ନେଇ ନିର୍ମିତ ହେଉଥିବା ଓଡ଼ିଆ ସିନେମାର ଶୀର୍ଷକ ହେଲା- ‘ପ୍ରେମରେ ରଖିଛି ଶହେରୁ ଶହେ’ । ବିରଞ୍ଚି ନାରାୟଣ ପଣ୍ଡା ଓ ଦିଲୀପ ଦାଶଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଓଲିଉଡର ଓଣ୍ଡର ବୟ ସଂଜୟ ନାୟକ । ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । ଜ୍ୟୋତି ଏହି ସିନେମାରେ ନିର୍ଦ୍ଦେଶକ ସଂଜୟ ନାୟକଙ୍କ ସହି ଦ୍ୱିତୀୟ ଥର କାମ କରୁଥିବା ବେଳେ ରୀୟା ଦେ ପ୍ରଥମ ପାଇଁ କାମ କରୁଛନ୍ତି । ନିକଟରେ ଫିଲ୍ମର ଶୁଭମୁହୁରତ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏବେ ଫିଲ୍ମ ରିଲିଜକୁ ଅପେକ୍ଷା ।

Capture

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More