Only for Entertainment

ଝିଲିକ୍ ଏବଂ ଜ୍ୟୋତିଙ୍କୁ ନେଇ ପ୍ରସ୍ତୁତ ହେଉଛି ଆଉ ଏକ ରୋମାଣ୍ଟିକ ଫିଲ୍ମ ‘ପ୍ୟାର୍ ଅଲଗା ପ୍ରକାର’

facebook
0 40

ଆଜିକାଲି ଓଲିଉଡରେ ଚହଳ ସୃଷ୍ଟି କରିଛି ଚଳଚ୍ଚିତ୍ର ‘ଓଲେ ଓଲେ ଦିଲ୍ ବୋଲେ’ । ଆଉ ଫିଲ୍ମ ସହ ଫିଲ୍ମର ଲିଡ୍ ଝିଲିକ୍ ଓ ଜ୍ୟୋତି ବି ରହିଛନ୍ତି ଚର୍ଚ୍ଚାରେ । ଏମାନଙ୍କ ଯୋଡିକୁ ଦର୍ଶକ ଏତେ ପସନ୍ଦ କରୁଛନ୍ତି ଯେ, ଏମାନଙ୍କୁ ନେଇ ପୁଣି ଆଉ ଏକ ସିନେମା ଭେଟି ଦେବାକୁ ଯାଉଛି ଯାଉଛି ଓଲିଉଡ୍ । ବିନାୟକ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଚଳଚ୍ଚିତ୍ର ‘ପ୍ୟାର୍ ଅଲଗା ପ୍ରକାର’ ଏହି ଫିଲ୍ମରେ ଝିଲିକ୍ ଓ ଜ୍ୟୋତିଙ୍କ ଯୋଡି ପୁଣିଥରେ ନଜର ଆସିବେ ।

pyar alga prakar

ଏହି ଅପକମିଂ ସିନେମାର ଶୁଭ ମୁହୁରତ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ବିନାୟକ ଫିଲ୍ମସ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ସିନେମାରେ ପୁଣି ଥରେ ନିଜ ରୋମାନ୍ସର ଝଲକ ଦେଖାଇବେ ଝିଲିକ୍ ଓ ଜ୍ୟୋତି । ସିନେମାଟିର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାର ଯୋଜନା ରହିଛି । ଫିଲ୍ମ ତୁ ମୋ ହିରୋରେ ପ୍ରଥମ ଥର ପାଇଁ ଝିଲିକ୍ ଓ ଜ୍ୟୋତିଙ୍କୁ ପରଦାରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ଦୁହିଁଙ୍କ ପେୟାରିଂକୁ ଦର୍ଶକ କଲେ ଢେର୍ ପସନ୍ଦ ।

pyar

ଏହାପରେ ଏମାନଙ୍କୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ଓଲେ ଓଲେ ଦିଲ୍ ବୋଲେ । ଏହି କମେଡି – ରୋମାଂଟିକ ସିନେମାରେ ଦ୍ୱିତୀୟ ଥର ପାଇଁ ଝିଲିକ ଓ ଜ୍ୟୋତିଙ୍କ ରୋମାନ୍ସ ମନ ଜିଣିଲା ଦର୍ଶକଙ୍କର । ଫିଲ୍ମର ଗୀତ ଗୁଡିକ ହେଲା ହିଟ୍ ହେବା ସହିତ ଏମାନଙ୍କ ଯୋଡି ବି ହିଟ ହୋଇଥିଲା । ଏବେ ପୁଣିଥରେ ପରଦାରେ ଏକାଠି ହେବେ ଏହି ଯୋଡି ।

ପରଦାରେ ହ୍ୟାଟ୍ରିକ୍ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଝିଲିକ୍ ଓ ଜ୍ୟୋତି । ଆଉ ଏମାନଙ୍କ ଅଭିନୟକୁ ପୁଣିଥରେ ଚଳଚ୍ଚିତ୍ର ପ୍ୟାର୍ ଅଲଗା ପ୍ରକାରରେ ଅଡିଏନ୍ସ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More