Only for Entertainment

‘ସୁପର ବୟ’ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା

Incredible Orissa
151

ଓଲିଉଡର ସବୁଠାରୁ ବଡ ବ୍ୟସ୍ତ ନାୟକ ହେଲେ ଜ୍ୟୋତିରଞ୍ଜନ ନାୟକ । ସେ ଉଭୟ ଆକ୍ସନ ଓ ରୋମାଣ୍ଟିକ ରୋଲ କରି ଚର୍ଚ୍ଚାରେ ରହିଛନ୍ତି । ଜ୍ୟୋତିଙ୍କୁ ଦର୍ଶକ ଇତି ମଧ୍ୟରେ ମିଠା ମିଠା, ଦେଲେ ଧରା କଥା ସରେ, ଦିଲକା ରାଜା, ନିଝୁମ ରାତିର ସାଥି, ହାପି ଲକି, ସାଥି ତୁ ଫେରିଆ, ପ୍ରେମ ଅଲଗା ପ୍ରକାର ଓ ପ୍ରେମରେ ରଖିଛି ଶହେରୁ ଶହେ ଆଦି ଓଡିଆ ସିନେମାରେ ନାୟକ ଭାବେ ଦେଖିବାକୁ ପାଇଛନ୍ତି । ଏବେ ଜ୍ୟୋତିଙ୍କର କେତୋଟି ନୂଆ ଫିଲ୍ମ ଫ୍ଲୋରରେ ରହିଛି ।

ସେଥିମଧ୍ୟରୁ ଗୋଟିଏ ହେଲା ‘ସୁପର ବୟ’ । ଏହି ସିନେମାର ଟାଇଟଲ ରୋଲରେ ଅଛନ୍ତି ଜ୍ୟୋତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନବାଗତ କେ.ଅନୀଶ । ଏହାର ପ୍ରଯୋଜନା ଦାୟିତ୍ୱ ବହନ କରୁଛନ୍ତି ରବୀନ୍ଦ୍ର ନାଥ ପଣ୍ଡା ଓ ସିକେ. ଅନିଶ । ଫିଲ୍ମର ସଂଳାପ ଲେଖିଛନ୍ତି ଡ.ଦୀପକ ଜେନା । ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦନାଥ ଦାସା ‘ସୁପରବୟ’ରେ ଜ୍ୟୋତିଙ୍କ ନାୟିକା ହେଲେ ତମନ୍ନା । ଏହା ହେବ ଜ୍ୟୋତି ତମନ୍ନାଙ୍କ ଯୋଡିର ଦ୍ୱିତୀୟ ସିନେମା । ଆଗରୁ ଏ ଦୁହେଁ ସଞ୍ଜୟ ନାୟକଙ୍କ ‘ନିଝୁମ ରାତିର ସାଥି’ରେ ଏକାଠି ନଜର ଆସିଥିଲେ ।

ଜ୍ୟୋତିରଂଜନଙ୍କୁ ଆବିଷ୍କାର କରିଥିଲେ ନିର୍ମାତା ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ । ସେ ହିଁ କଲର୍ସ ଚ୍ୟାନେଲରେ ପ୍ରସାରିତ ରିଆଲିଟି ଶୋ’ ‘ମିଠା ମିଠା ଯୋଡି’ ଜରିଆରେ ଜ୍ୟୋତିଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନିଥିଲେ ଓ ନିଜ ନିର୍ଦ୍ଦେଶିତ ଫିଲ୍ମ ‘ମିଠା ମିଠା’ରେ ନାୟକ ଭାବେ ବ୍ରେକ ଦେଇଥିଲେ । ଏହା ପରେ ଜ୍ୟୋତି ଏଯାଏଁ ଆଉ ପଛକୁ ଫେରି ଚାହିଁନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More