ଖୁବଶୀଘ୍ର ପରଦାକୁ ଆସୁଛି ଭିନ୍ନ ସ୍ୱାଦର ଓଡିଆ ଫିଲ୍ମ ‘ତାଣ୍ଡବ’
ଓଲିଉଡ୍ ପରଦାରେ ଖୁବଶୀଘ୍ର ଆସିବାକୁ ଯାଉଛି ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ତାଣ୍ଡବ । ନିକଟରେ ଏହି ଅପକମିଂ ସିନେମାର ଫାଷ୍ଟ ଲୁକ୍ ରିଲିଜ୍ ହୋଇ ଯାଇଛି । ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ ନବାଗତ ଅଭିନେତା ଦେବାଶିଷ ।
ମହାଦେବ ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପୃଥ୍ୱୀ ରାଜ ପଟ୍ଟନାୟକ । ମୁକ୍ତିଲାଭ କରିଥିବା ଫିଲ୍ମର ପ୍ରଥମ ପୋଷ୍ଟରକୁ ଡିଜାଇନ୍ କରିଛନ୍ତି ଫ୍ୟାସନ୍ ଫଟୋଗ୍ରାଫର୍ ଅଜହର୍ ଅଲ୍ଲି । ଫିଲ୍ମର ପୋଷ୍ଟର ମଧ୍ୟ ଫିଲ୍ମ ନାଁ ଅନୁସାରେ ଜବରଦସ୍ତ ହୋଇଛି ।
ଏହି ଅପକମିଂ ସିନେମାରେ ଅଭିନେତା ମିହିର ଦାସ୍ ଓ ମନୋଜ ମିଶ୍ରକୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ତେବେ ଫିଲ୍ମ କେବେ ରିଲିଜ ହେବ ତାହା ବିଷୟରେ କୌଣସି ସୂଚନା ମିଳିନାହିଁ ।