Only for Entertainment

ଖୁବ ଶୀଘ୍ର ପରଦାକୁ ଆସୁଛି ଆକ୍ସନ ଓ ରୋମାଣ୍ଟିକ ଫିଲ୍ମ ‘ଅଜାତଶତୃ’

CineCritics
0 73

ଆକ୍ସନରେ ଭରପୁର ଓଡିଆ ଚଳଚ୍ଚିତ୍ର ‘ଅଜାତଶତୃ’ ଖୁବ ଶୀଘ୍ର ପରଦାକୁ ଆସୁଛି । ରାଜସ୍ଥାନର ମରୁଭୂମିରେ ଏ ଫିଲ୍ମର ଅଧିକାଂଶ ଦୃଶ୍ୟ ସୁଟିଂ କରାଯାଇଛି । ଏହି ଫିଲ୍ମରେ ନାୟକ ଭୂମିକାରେ ସୋହମ ଥିବା ବେଳେ ଫିଲ୍ମରେ ଦୁଇ ଜଣ ନାୟିକାଙ୍କୁ ଦେଖିବାକୁ ମିଳିବ । ସେମାନେ ହେଉଛନ୍ତି ଦେବଜାନୀ ଏବଂ ନବାଗତା ସାଧ୍ୱୀ । ସୋହମଙ୍କର ଏହା ପ୍ରଥମ ଫିଲ୍ମ ହୋଉଥିବା ବେଳେ ବେଶ କିଛି ବ୍ୟବଧାନପରେ ଦେବଜାନୀଙ୍କୁ ଦର୍ଶକ ବଡ ପରଦାରେ ଦେଖିବାକୁ ପାଇବେ ।

AjatShatru

ଫିଲ୍ମରେ ବିପଜ୍ଜନକ ଷ୍ଟଂଟ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ନାୟକ ସୋହମ । ରାୟ ମିଡିଆ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମରେ କାହାଣୀ, ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଓ ସ୍ୱର ସଂଯୋଜନାରେ ଅଛନ୍ତି ବିଶ୍ୱଭୂଷଣ ମହାପାତ୍ର । ସୋହମ, ଦେବଜାନୀ ଏବଂ ସାଧ୍ୱୀଙ୍କ ବ୍ୟତିତ ମନୋଜ ମିଶ୍ର, ଶକ୍ତି ବରାଳ, ପ୍ରଜ୍ଞା, କାଳୀ ପ୍ରମୁଖ ଭୂମିକାରେ ନଜର ଆସିବେ ।

ଫିଲ୍ମରେ ରୋମାନ୍ସକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ବେଳେ ଗୀତ ଗୁଡିକ ଖୁବ ଭଲ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More