Only for Entertainment

‘ଟୋକାଟା ଫସିଗଲା’ ଫିଲ୍ମରେ ପୁଣିଥରେ ଦେଖିବାକୁ ମିଳିବ ଏହି ଯୋଡିଙ୍କୁ, ରିଲିଜ ହେଲା ଫିଲ୍ମର ଜବରଦସ୍ତ ଟ୍ରାକ ‘ଜାନୁ ସୁପରଷ୍ଟାର’

you tube
0 58

ଓଡିଆ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ଟୋକାଟା ଫସିଗଲା’ । ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ନେଇ ଏହି ସିନେମା ପ୍ରସ୍ତୁତ କରିବାକୁ ଯାଉଛନ୍ତି ପ୍ରଯୋଜକ ସୀତାରାମ ଅଗ୍ରୱାଲ୍ । ଏହା ପୂର୍ବରୁ ଦୁହେଁ ‘୪ ଇଡିଅଟସ’ରେ ନଜର ଆସିଥିଲେ । ସାର୍ଥକ ମ୍ୟୁଜିକ୍ ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାର ନିକଟରେ ମ୍ୟୁଜିକ୍ ରେକର୍ଡିଂ କରାଯାଇଛି ।

ଏହି ଅବସରରେ ଲିଡ୍ ଷ୍ଟାର୍ ସବ୍ୟସାଚୀ ଓ ଏଲିନାଙ୍କ ସହ ପ୍ରଯୋଜକ ସୀତାରାମ ଅଗ୍ରୱାଲ୍, ନମିତା ଅଗ୍ରୱାଲ୍ ଓ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କୁ ଦେଖିବାକୁ ମିଳିଥିଲା । ଏହି ମଉକାରେ ଫିଲ୍ମର ଏକ ମସ୍ତ ଫନି ସଙ୍ଗ ‘ଜାନୁ ସୁପରଷ୍ଟାର’ ରେକର୍ଡ କରାଯାଇଛି । ଗୀତଟିରେ ହ୍ୟୁମାନ ସାଗର ଏବଂ ନିବେଦିତାଙ୍କ ଆକର୍ଷଣୀୟ ଭଏସ ଶୁଣିବାକୁ ମିଳିଛି । ଗୀତଟି ଶ୍ରୋତାଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More