Only for Entertainment

ସୁନା ଚଢେଇ ହୋଇ ପରଦାକୁ ଆସିବେ ଏଲସା,ଚର୍ଚ୍ଚାରେ ଜ୍ୟୋତିଙ୍କ ନୂଆ ନାୟିକା !

0 76

ଅଭିନେତା ଜ୍ୟୋତିଙ୍କୁ ନେଇ ଏବେ ଓଲିଉଡରେ ଜୋର୍ ଚର୍ଚ୍ଚା । ଅନେକ ଆକ୍ସନ୍ – ରୋମାଂଟିକ୍ ସିନେମା ଭେଟି ଦେଇ ଓଡିଆ ଦର୍ଶକଙ୍କ ପ୍ରିୟ ହୋଇଛନ୍ତି ଜ୍ୟୋତି । ଜ୍ୟୋତିଙ୍କ ବଢୁଥିବା ଚାହିଦାକୁ ଦେଖି ଏବେ ତାଙ୍କୁ ମିଳିଛି ଆଉ ଏକ ସିନେମାର ଅଫର୍ । ଯାହାର ଟାଇଟେଲ୍ ରହିଛି ତୁ ମୋ ସୁନା ଚଢେଇ । ଫିଲ୍ମରେ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ନବାଗତ ସୁନ୍ଦରୀ ଏଲସା ।

ଏଲସା ଜଣେ ମଡେଲ୍ ଭାବେ ଓଡିଶାରେ ନିଜ କ୍ୟାରିୟର୍ ଆରମ୍ଭ କରିଥିବାବେଳେ, ଏବେ ତାଙ୍କୁ ମିଳିଛି ଜ୍ୟୋତିଙ୍କ ନାୟିକା ହେବାର ସୁଯୋଗ । ନିଜ ଦ୍ୱିତୀୟ ଫିଲ୍ମରେ ଜ୍ୟୋତିଙ୍କ ସହ ରୋମାନ୍ସ କରିବାରେ ନଜର ଆସିବେ ଏଲସା । ଏଲସା ଓ ଜ୍ୟୋତିଙ୍କ ଯୋଡିକୁ ନେଇ ପରଦାକୁ ଆସିବ ଚଳଚ୍ଚିତ୍ର ‘ତୁ ମୋ ସୁନା ଚଢେଇ’ । ଆଉ ଯାହାର ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି ଏହି ଯୋଡି । ଏହି ସିନେମାର ନିର୍ଦ୍ଦେଶନା ଦେବେ ଦୀଲିପ ପଣ୍ଡା ଏବଂ ସିନେମାର ସଙ୍ଗୀତର ଭାର ତୁଲାଇବେ ବୈଦନାଥ ଦାସ ।

ଏଠାରେ ଆମେ କହି ରଖୁଛୁ ଯେ, ଏଲସାଙ୍କର ଏହା ଦ୍ୱିତୀୟ ଓଲିଉଡ ଫିଲ୍ମ ହେବାକୁ ଯାଉଛି । ଏହା ପୂର୍ବରୁ ଚଳଚ୍ଚିତ୍ର ‘ଭୈରବ’ରେ ଦେଖିବାକୁ ମିଳିଥିଲା ଏଲସାଙ୍କ ଅଭିନୟର ଯାଦୁ । ତାଙ୍କ ସୌନ୍ଦର୍ଯ୍ୟ, ଷ୍ଟାଇଲ୍, ଡ୍ୟାନ୍ସ ଓ ଅଭିନୟରେ ମତୁଆଲା ହୋଇଥିଲେ ଦର୍ଶକ । ଏବେ ପୁଣିଥରେ ନିଜ ଜଲୱା ଦେଖାଇବାକୁ ଯାଉଛନ୍ତି ଏହି ସୁନ୍ଦରୀ ।

ସେହିପରି ଅଭିନେତା ଜ୍ୟୋତିଙ୍କୁ ଶେଷ ଥର ପାଇଁ ଚଳଚ୍ଚିତ୍ର ‘ଓଲେ ଓଲେ ଦିଲ୍ ବୋଲେ’ରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ଜ୍ୟୋତି ଓ ଝିଲିକଙ୍କ ପେୟାରିଂ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ଅନସ୍କ୍ରିନ୍ ରୋମାନ୍ସକୁ ଦର୍ଶକ ଢେର୍ ପସନ୍ଦ କରିଥିଲେ । ସିନେମାଟି ହଲରେ ଦେଖାଇଥିଲା କମାଲ୍ ଓ ବକ୍ସ ଅଫିସ୍ରେ ହୋଇଥିଲା ହିଟ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More