Only for Entertainment

ନବାଗତ କଳାକାରଙ୍କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ରୋମାଣ୍ଟିକ ଓଲିଉଡ ଫିଲ୍ମ ‘ତୁ ମୋ ଡ୍ରିମ୍ ଗର୍ଲ’

you tube
0 41

ଓଲିଉତରେ ପ୍ରସ୍ତୁତ ହେବାକୁ ଯାଉଛି ରୋମାଣ୍ଟିକ ଚଳଚ୍ଚିତ୍ର ‘ତୁ ମୋ ଡ୍ରିମ୍ ଗର୍ଲ’ । ନିକଟରେ ଏହି ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ନବାଗତ ଅଭିନେତା, ଅଭିନେତ୍ରୀଙ୍କୁ ନେଇ ସିନେମା ପ୍ରସ୍ତୁତ କରୁଛନ୍ତି ଜିଡିଏସ୍ ଫାଉଣ୍ଡେସନ୍ ଟ୍ରଷ୍ଟ । ଫିଲ୍ମରେ ନାୟକ ଭାବେ ନବାଗତ ଶୁଭମ୍ ନଜର ଆସିବେ ଏବଂ ନାୟିକା ଚରିତ୍ରରେ ନବାଗତା ଅନନ୍ୟାଙ୍କୁ ଦେଖିବାକୁ ମିଳିବ । ଉଭୟ ଷ୍ଟାରଙ୍କୁ ଏହି ମହୁରତ ଅବସରରେ ଦେଖିବାକୁ ମିଳିଥିଲା । ଉଭୟ ନିଜର ଏହି ପ୍ରଥମ ସିନେମାକୁ ନେଇ ବେଶ ଉତ୍ସାହିତ ଥିବା ଏହି ଅବସରରେ କହିଥିଲେ ।

pic

ଏହି ଅପକମିଂ ରୋମାଂଟିକ୍ ଫିଲ୍ମର କାହାଣୀ ସମତେ ପ୍ରଯୋଜନା ଭାର ତୁଲାଇଛନ୍ତି ରଶ୍ମି ରଂଜନ ସାମଲ୍ । ସିନେମାର ସଂଳାପ ଡକ୍ଟର୍ ରଜନୀ ରଂଜନ୍ ଦେଇଥିବାବେଳେ ନିର୍ଦ୍ଦେଶନା ଭାର ତୁଲାଇବେ ପି. ପ୍ରଭାକର । ଏହି ସିନେମାର ସଙ୍ଗୀତର ଭାର ତୁଲାଇଛନ୍ତି ବୈଦନାଥ ଦାଶ । ତୁ ମୋ ଡ୍ରିମ୍ ଗର୍ଲର ଶୁଭ ମହୁରତ ଅନୁଷ୍ଠିତ ହୋଇଥିବାବେଳେ, ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More