Only for Entertainment

ଫିଲ୍ମ ଉରିରେ ନଜର ଆସିଥିବା ଏହି ଆକ୍ଟରଙ୍କ ପରଲୋକ ।

bollywood tadka
56

ବଲିଉଡ ଆକ୍ଟର ବିକ୍କି କୌଶଲଙ୍କ ସୁପରହିଟ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ରେ ନଜର ଆସିଥିବା କଳାକାର ନବତେଜ ହୁଣ୍ଡଲ ଗତ ସୋମବାରକୁ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଏହି ଫିଲ୍ମରେ ନବଜେତ ହୋମ ମିନିଷ୍ଟର ଚରିତ୍ରରେ ନଜର ଆସିଥିଲେ ।

ସିଂଟା ନିଜ ଟ୍ୱିଟର ଆକାଉଂଟରେ ନବତେଜଙ୍କ ମୃତ୍ୟୁର ଖବର ଦେଇଛନ୍ତି । ଅବଶ୍ୟ ତାଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିନାହିଁ । କହିରଖୁଛୁଯେ ନବଜେତ ହୁଣ୍ଡଲଙ୍କର ଦୁଇ ଝିଅ ଅଛନ୍ତି । ତାଙ୍କ ଝିଅ ମେଗା ଧାରାବାହିକ ‘ୟେ ହୈ ମୋହବତେଁ’ ମିହିକା ଚରିତ୍ରରେ ନଜର ଆସୁଛନ୍ତି । ଆକ୍ଟରଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ଓସିବାରା କ୍ରିମେଟୋରିୟମରେ ୮ ଅପ୍ରେଲ ସକାଳ ୧୧ଟାରେ ସଂପନ୍ନ ହୋଇଛି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ନବଜେତ ହୁଣ୍ଡଲ ‘ଖଳନାୟକ’, ତେରେ ମେରେ ସପ୍ନେ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଶେଷ ଥର ପାଇଁ ତାଙ୍କୁ ଫିଲ୍ମ ଉରିରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More