Only for Entertainment

୪୫ ବର୍ଷରେ ପାଦ ଦେଲେ ‘ରଙ୍ଗୀଲା’ ଗର୍ଲ ଉର୍ମିଳା ମାତୋଣ୍ଡକର, ଏହି ନିର୍ଦ୍ଦେଶକଙ୍କ ପାଇଁ ଖରାପ ହୋଇଥିଲା ଆକ୍ଟିଂ କ୍ୟାରିୟର

DNA India
52

ବଲିଉଡର ‘ରଙ୍ଗୀଲା’ ଗର୍ଲ ଉର୍ମିଳା ମାତେଣ୍ଡକର ଆଜି ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୪ରେ ମୁମ୍ବାଇରେ ଜନ୍ମ ହୋଇଥିବା ଉର୍ମିଳା ଚାଇଲ୍ଡ ଆକଟ୍ରେସ ଭାବେ ମରଠୀ ଫିଲ୍ମ ‘ଝାକୋଲା’ (୧୯୮୦)ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ‘ନରସିହ୍ମା’ରେ ସେ ଅଭିନେତ୍ରୀ ଭାବେ କାମ କରିଥିଲେ କିନ୍ତୁ ତାଙ୍କୁ ବଲିଉଡରେ ପରିଚୟ ଦେଇଥିଲା ରାମଗୋପାଲ ବର୍ମାଙ୍କ ଫିଲ୍ମ ‘ରଙ୍ଗୀଲା’ । ଫିଲ୍ମରେ ଉର୍ମିଳା ଅନେକ ବୋଲ୍ଡ ସିନ ଦେଇଥିଲେ । ଉର୍ମିଳା ୯୦ ଦଶକର ହିଟ ଅଭିନେତ୍ରୀ ତାଲିକାରେ ରହିଥିଲେ ।

ଫିଲ୍ମ ‘ରଙ୍ଗୀଲା’ ସୁଟିଂ ସମୟରେ ହିଁ ରାମଗୋପାଳ ବର୍ମା ଉର୍ମିଳାଙ୍କୁ ନିଜ ଦୃଦୟ ଦେଇବସିଥିଲେ । ଦୁହିଁଙ୍କ ଅଫେୟାର ସେତେବେଳେ ଖୁବ ଚର୍ଚ୍ଚାରେ ରହିଥିଲା । ଖବର ଅନୁସାରେ ରାମଗୋପାଳ ବର୍ମା ସେତେବେଳେ ନିଜର ପ୍ରତ୍ୟେକ ଫିଲ୍ମରେ ଉର୍ମିଳାଙ୍କୁ ହିଁ ନେଉଥିଲେ । ରଙ୍ଗୀଲା ପୂର୍ବରୁ ସେ ଉର୍ମିଳାଙ୍କୁ ତେଲଗୁ ଫିଲ୍ମରେ ମଧ୍ୟ କାଷ୍ଟ କରିଥିଲେ । ରାମଗୋପାଳ ବର୍ମ ଉର୍ମିଳାଙ୍କ ପାଇଁ ଏତେ ପାଗଳ ଥିଲେ ଯେ, ସେ ମୁମ୍ବାଇରେ ସ୍ଥିତ ନିଜ ଅଫିସର ଏକ ରୁମର ନାମ ଉର୍ମିଳା ମାତୋଣ୍ଡକର ରଖିଥିଲେ ।

urmila-ramu

କେବଳ ରାମ ଗୋପାଳ ବର୍ମାବଙ୍କ ଫିଲ୍ମ କରିବା କାରଣରୁ ଉର୍ମିଳା ଅନ୍ୟ ନିର୍ଦ୍ଦେଶକଙ୍କ ସହିତ କାମ କରିବା ପାଇଁ ମନା କରିଦେଉଥିଲେ । ଅନ୍ୟପକ୍ଷରେ ରାମଗୋପାଳଙ୍କର ବଲିଉଡରେ ଅନେକ ଲୋକଙ୍କ ସହିତ ଭଲ ସମ୍ପର୍କ ନଥିଲା । ସେଥିପାଇଁ ଅନ୍ୟ ନିର୍ଦ୍ଦେଶକ ଉର୍ମିଳାଙ୍କୁ ଫିଲ୍ମରେ ନେବା ପାଇଁ ପସନ୍ଦ କରୁନଥିଲେ । ପରେ ଧିରେ ଧିରେ ଉର୍ମିଳାଙ୍କୁ ଫିଲ୍ମ ମିଳିବା ବନ୍ଦ ହୋଇଯାଇଥିଲା ।

urmilamatondkar pic

୨୦୧୬ରେ ଉର୍ମିଳା ନିଜଠାରୁ ୧୦ ବର୍ଷ ସାନ କାଶ୍ମୀର ବିନେସମ୍ୟାନ ତଥା ମଡେଲ ମୋହସିନ ଅଖତରଙ୍କୁ ବିବାହ ଗୁପ୍ତରେ ବିବାହ କରିଥିଲେ । ଉର୍ମିଳା ପତି ମୋହସିନଙ୍କ ଫିଲ୍ମ ‘ଲକ ବାଇ ଚାନ୍ସ’ରେ ମଧ୍ୟ କାମ କରିସାରିଛନ୍ତି । ଲମ୍ବା ସମୟରୁ ଫିଲ୍ମ ଠାରୁ ଦୂରରେ ଥିବା ଉର୍ମିଳା ନିକଟରେ ଅର୍ଥାତ ୨୦୧୮ରେ ଆସିଥିବା ଫିଲ୍ମ ‘ବ୍ଲାକମ୍ୟାନ’ରେ ଏକ ଆଇଟମ କରିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More