Only for Entertainment

ଅଭିନୟ ପରେ କ୍ରିକେଟରେ ଟ୍ରାଏ କଲେ ଉର୍ମିଲା, ଏଭଳି କରୁଛନ୍ତି ନିର୍ବାଚନ ପ୍ରଚାର !

37

ମୋଦି ସମର୍ଥକଙ୍କ ନାମରେ ଏତଲା ଦେଲେ କଂଗ୍ରେସ ପ୍ରାର୍ଥିୀ ତଥା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ମୁମ୍ବାଇର ବୋରିଭଲୀ ଥାନାକୁ ଯାଇ ମୋଦି ସମର୍ଥକଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ଏହାପରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଉର୍ମିଲା ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ବିଜେପି ଘୃଣା ଓ ସାଂପ୍ରଦାୟିକ ରାଜନୀତି କରୁଛି । ଦେଶରେ ଏବେ ନାରୀ, ମିଡିଆ ଓ ସାଧାରଣ ଜନତା ସୁରକ୍ଷିତ ନୁହଁନ୍ତି । ବିଜେପିର ଶାସନ ଏହିପରି ବୋଲି ସମାଲୋଚନା କରି କହିଛନ୍ତି ଉର୍ମିଲା ମାତୋଣ୍ଡକର । ଉତର ମୁମ୍ବାଇ ଆସନରେ କଂଗ୍ରେସ ଟିକେଟର ଲଢୁଥିବା ରଙ୍ଗିଲା ଗାର୍ଲ ଉତର ମୁ୍ମ୍ବାଇ ନିର୍ବାଚନ ମଣ୍ଡଳିରେ ବୁଲି ବୁଲି ପ୍ରଚାର କରୁଛନ୍ତି । ତେବେ ଉର୍ମିଲା ପ୍ରଚାର କରୁଥିବା ବେଳେ ମୋଦି ସମର୍ଥକ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯାହାକୁ ନେଇ ସେ ଆଜି ଥାନାରେ ଏତଲା ଦେଇଛନ୍ତି ।

ନର୍ଥ ମୁମ୍ବାଇ ଲୋକସଭା ସିଟରେ କଂଗ୍ରେସ ପାଇଁ ଲଢୁଥିବା ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର କିଛି ଦିନ ହେବ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଅଭିନୟରୁ ନେତାରେ ପାଦ ରଖିଥିବା ଉର୍ମିଲାଙ୍କ ପ୍ରଚାର କରିବା ଅନ୍ଦାଜ ଖୁବ ନିଆରା । ଉର୍ମିଲା ଗତକାଲି ମୁମ୍ବାଇ କନ୍ଦିବଲୀ ଇଲାକାରେ ପ୍ରଚାର ପାଇଁ ପହଂଚିଥିଲେ । ଏଠାରେ ସହ୍ୟାଦ୍ରୀ ନଗରର କିଛି ଯୁବା ଗାଉଂଣ୍ଡରେ କ୍ରିକେଟ ଖେଳୁଥିଲେ । ଉର୍ମିଲା ସେଠାରେ ବ୍ୟାଟ ଉଠାଇ ପିଲାଙ୍କ ସହ ଖେଳିବା ଆରମ୍ଭ କରିଥିଲେ । ଏହାପୂର୍ବରୁ ବୋରିବଲି ଇଲାକାରେ ରିକ୍ସାରେ ପ୍ରଚାର କରିଥିଲେ ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More