Only for Entertainment

୧୬ବର୍ଷ ବୟସରେ ଯାଆଁଳା ଶିଶୁଙ୍କ ମା’ ହୋଇଥିଲେ ଏହି ଭାରତୀୟ କଳାକାର, ଜାଣନ୍ତୁ ।

cinetales
0 90

ରିପୋର୍ଟସ ମୁତାବକ ୧୫ବର୍ଷ ବୟସରେ ଉର୍ବଶୀଙ୍କର ବିବାହ ହୋଇଯାଇଥିଲା ଏବଂ ୧୬ବର୍ଷ ବୟସରେ ସେ ଯାଆଁଳା ଶିଶୁ ସାଗର ଏବଂ କ୍ଷିତିଶଙ୍କର ମା’ ହୋଇଥିଲେ । କହିବା ମୁତାବକ ବିବାହର ଦେଢ ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଏହାପରେ ସେ ସିଙ୍ଗଲ ମଦର ହୋଇ ଛୁଆମାନଙକ୍କର ଲାଳନପାଳନ କରିଥିଲେ ।
ଏକ ସାକ୍ଷାତକାର ଜରିଆରେ ଉର୍ବଶୀ ଢୋଲକିଆ ଏବେ ପର୍ଯ୍ୟନ୍ତ ଥିବା ତାଙ୍କ ପ୍ରଫେସନାଲ ଏବଂ ପର୍ଶନାଲ କ୍ୟାରଅର ସମ୍ପର୍କରେ ଖୁଲାସା କରିଛନ୍ତି ।

ud_1434713584ତାଙ୍କର ଦୁଇ ପୁଅ ଅଭିନୟରେ ହିଁ କ୍ୟାରିଅର ବନାଇବାକୁ ଚାହୁଁଛନ୍ତି । ସେ ତାଙ୍କ ପୁଅଙ୍କୁ କହିଛନ୍ତି ଯେ ଯଦି ଅଭିନୟ କରିବାକୁ ଚାହୁଛନ୍ତି ତେବେ କଠିନ ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ମାତ୍ର ସତ କଥା ହେଉଛି ଏହି କଳାକାର ଜଗତ ଆଉ ଆଗ ଭଳି ହୋଇନାହିଁ ଯେପରି ଆଗରୁ ଥିଲା । ଏବେ ଏଠାରେ କାମ କରିବାକୁ ହେଲେ ଅନୁଭୂତି ମଧ୍ୟ ହେବା ଜରୁରୀ ହୋଇଗଲାଣି । ସେମାନଙ୍କୁ ଜାଣିବା ଉଚିତ ଯେ କ୍ୟାମେରା ପଛର ଅନୁଭୂତି କିଭଳି ହେବା ଉଚିତ । ଗୋଟେ ମା’ଙ୍କ ତରଫରୁ ଏହା ଉର୍ବଶୀ ତାଙ୍କ ପିଲାଙ୍କୁ କିଛି ଟିପ୍ପଣୀ ଦେଇଛନ୍ତି ।

86E62B2F-43B8-4146-A774-17BF8BE30DC6_INLVPF୨୫ବର୍ଷ ମଧ୍ୟରେ ଅନେକ କିଛି ବଦଳିଯାଇଥିବା ଉର୍ବଶୀ କହିଛନ୍ତି । ତାଙ୍କ ସମୟରେ କାମର କୌଣସି ନିର୍ଦ୍ଧାରିତ ସମୟ ନଥିଲା । କାମ ଚାଲିଲେ କେତେବେଳେ ସରିବ ଏହାର କୌଣସି ଠିକଣା ମଧ୍ୟ ନଥିଲା । ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ କଳାକାରମାନଙ୍କୁ ସମୟ ମିଳୁନଥିଲା । ମାତ୍ର ଏବେ ଆଉ ସେଭଳି ନାହିଁ । ଏବେ ସମସ୍ତ ପ୍ରଡକ୍ସନ ହାଉସ ସଠିକ ଢଙ୍ଗରେ ସବୁ ମ୍ୟାନେଜ କରି ନେଉଥିବା ଉର୍ବଶୀ କହିଛନ୍ତି । ଯେଉଁକାରଣରୁ ଏବେ ସମସ୍ତ କଳାକାର ଉଚିତ ସମୟରେ ସୁଟିଂ ସାରି ଘରକୁ ଫେରି ପାରୁଛନ୍ତି ।

ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ଉର୍ବଶୀ ୧୯୯୩ରେ ଦେଖ ଭାଇ ଦେଖରେ ଶିଳ୍ପା ଭୂମିକାରେ ନଜର ଆସିଥିଲେ । ଏହାପରେ ସେ କଭି ସୌତନ କଭି ସହେଲିରେ ତାଙ୍କର ଶାନଦାର ଅଭିନୟ ଦେଇଥିଲେ, ଏବଂ ଏକ ଭୟଙ୍କର ନେଗେଟିଭ ରୋଲ କସୌଟି ଜିନ୍ଦେଗୀ କିରେ କମୋଲିକା ଭୂମିକାରେ ଅଭିନୟ କରି ଚର୍ଚ୍ଚା ଜୋର ଧରିଥିଲେ । ତେଣୁ ସେ ଉର୍ବଶୀ କମ କମୋଲିକା ଭାବେ ବେଶ ପରିଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More