କୁନି କୁନି ପିଲାଙ୍କ ସହିତ ହାତ ମିଳାଉଥିବା ସମୟରେ ପଡ଼ିଗଲେ ଉର୍ବସୀ
ବୟସ୍କ ବ୍ୟକ୍ତି ହୁଅନ୍ତୁ ବା ଛୋଟପିଲା ସେଲିବ୍ରେଟୀ ମାନଙ୍କୁ ଦେଖିବା ପାଇଁ ସେମାନଙ୍କ କ୍ରେଜ ବଢିଯାଏ । ବେଳେ ବେଳେ ଫ୍ୟାନ୍ସ ମାନଙ୍କ କ୍ରେଜ ଏତେ ବଢିଯାଏଯେ ଭିଡ଼କୁ କାବୁ କରିବା ଖୁବ କଷ୍ଟସାଧ୍ୟ ହୋଇଯାଏ ।
ନିକଟରେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଅଭିନେତ୍ରୀ ଉର୍ବସୀ ରାଉତେଲାଙ୍କ ନିକଟରେ । ନିକଟ ଅତୀତରେ ଏକ ଇଭେଂଟରେ ଯୋଗ ଦେଇଥିଲେ ଉର୍ବସୀ । ସେଠାରେ ଛୋଟ ଛୋଟ ପିଲାଙ୍କୁ ନେଇ ଇଭେଂଟ କରାଯାଇଥିଲା । ତେବେ ଷ୍ଟେଜ ଉପରେ ଛୋଟ ପିଲାଙ୍କ ସହିତ ହାତ ମିଳାଉଥିବା ସମୟରେ ପିଲାଙ୍କ କ୍ରେଜ ଯୋଗୁଁ ସେମାନେ ଆଗକୁ ମାଡ଼ି ଆସିଥିଲେ ଏବଂ ଉର୍ବସୀଙ୍କ ସହିତ ହାତ ମିଳାଇବା ସମୟରେ ବାଡ଼ ଭାଙ୍ଗିଗଲା ।ଯାହା ଦ୍ୱାରା ଉଭୟ ଉର୍ବସୀ ଏବଂ କୁନି କୁନି ପିଲାମାନେ ପଡ଼ି ଯାଇଥିଲେ ।