Only for Entertainment

ଉର୍ବଶୀ ରୌତେଲାଙ୍କ ଫେକ୍ ଆଧାର କାର୍ଡରେ ହୋଟେଲ ରୁମ୍ ବୁକ୍, ମାମଲା ରୁଜୁ

Amar Ujala
0 72

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ନିକଟରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦେଇଛନ୍ତି । ସୂଚନା ଅନୁସାରେ କେହି ଜଣେ ତାଙ୍କ ନାମରେ ଜାଲି ଆଧାର କାର୍ଡ କରି ମୁମ୍ବାଇରେ ହୋଟଲ ବୁକ କରୁଥିବା ଖବର ଆସିଛି ।

ଏହି ବିଷୟରେ ଉର୍ବଶୀ ଜାଣିବା ପରେ ସେ ତୁରନ୍ତ ପୋଲିସକୁ ସୂଚନା ଦେବା ସହିତ ଅଭିଯୋଗ କରିଥିଲେ । ରିପୋର୍ଟ ଅନୁସାରେ ଉର୍ବଶୀ ଏକ ଇଭେଣ୍ଟ ପାଇଁ ମୁମ୍ବାଇର ଏକ ହୋଟେଲରେ ପହଁଚିଥିଲେ । ସେଠାରୁ ସେ ଜାଣିବାକୁ ପାଇଲେ ଅନଲାଇନରେ ତାଙ୍କ ନାମରେ ଏକ ରୁମ୍ ବୁକ୍ ହୋଇଛି ।

urvashi-mos2-2_032918103253

urvashi-mos2-1_032918103253

ଅଭିଯୋଗ କରି ସେ କହିଥିଲେ ‘କେହି ଜଣେ ମୋ ନାଁ ଏବଂ ଫଟୋକୁ ଖରାପ ବ୍ୟବହାର କରୁଛି । ମୋ ନାମରେ ହେଟେଲରେ ରୁମ୍ ବୁକ୍ କରାଯାଇଛି । କିନ୍ତୁ ଯେଉଁ ଆଧାର କାର୍ଡରେ ରୁମ କରାଯାଇଛି ତାହା ମୋର ନୁହେଁ ।’
ପୋଲିସ ଏହି ମାମଲାର ଜାଂଚ ଆରମ୍ଭ କରିଦେଇଛନ୍ତି । ଏହା ସହିତ ଅଜ୍ଞାତ ବ୍ୟକ୍ତି ବିରୋଧରେ ଧାରା ୪୨୦ ବ୍ୟତିତ ଆଇଟି ଆକ୍ଟ ସହ ଜଡିତ ଧାରାରେ ମାମଲା ରୁଜୁ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More