Only for Entertainment

ବିଗ୍ ବିଙ୍କ ସହିତ ସ୍କ୍ରିନ ସେୟାର କରିବେ ବଲିଉଡ ବୋଲ୍ଡ ବ୍ୟୁଟି ଉର୍ବଶୀ ରୌତେଲା, ଲିଡ ରୋଲରେ ଆସିବେ ନଜର

DNA India
0 63

ଗ୍ଲାମରସ ଅନ୍ଦାଜରେ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ବଲିଉଡ ବୋଲ୍ଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖବର ଅନୁସାରେ ଉର୍ବଶୀ ଖୁବ ଶୀର୍ଘ ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ ବଡ ପରଦାରେ ନଜର ଆସିବେ ।

ଏହି ଖବରକୁ ଉର୍ବଶୀ ରୌତେଲା ଫ୍ୟାନ କ୍ଲବ ଟୁଇଟ କରି ଜଣାଇଛନ୍ତି । କିନ୍ତୁ ଉର୍ବଶୀ ଏହା ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । ଫ୍ୟାନ କ୍ଲବ ଦ୍ୱାରା କରାଯାଇଥିବା ଟୁଇଟରେ କୁହାଯାଇଛି ଯେ ଉର୍ବଶୀ ଅବାସ ମସ୍ତାନଙ୍କ ଫିଲ୍ମରେ କାମ କରିବା ପାଇଁ ଯାଉଛନ୍ତି ।


ଅବାସ ମସ୍ତାନ ଅମିତାଭ ବଚ୍ଚନଙ୍କ ସହିତ ଏକ ସସପେନ୍ସ  ଥ୍ରୀଲର ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମରେ ଉର୍ବଶୀ ଲିଡ ରୋଲରେ ନଜର ଆସିବେ ବୋଲି ଫ୍ୟାନ କ୍ଲବ ସୂଚନା ଦେଇଛନ୍ତି । ଏହା ଶୁଣିବା ପରେ ଉର୍ବଶୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହା ସହିତ ପୋଷ୍ଟରେ ଖୁବ ଲାଇକ ଏବଂ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଫିଲ୍ମର  ସୁଟିଂ ୨୦ ଜୁନରୁ ଆରମ୍ଭ ହେବ । କିନ୍ତୁ ଫିଲ୍ମର ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ନିକଟରେ ଉର୍ବଶୀ କରଣ  ୱାହୀଙ୍କ ସହିତ ‘ହେଟ ଷ୍ଟୋରୀ ୪’ରେ ନଜର ଆସିଥିଲେ । ଫିଲ୍ମରେ ଉର୍ବଶୀଙ୍କ ଅନ୍ଦାଜକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More