Only for Entertainment

ବୋନି କପୁରଙ୍କ ଖରାପ ଭାବରେ ଛୁଇଁବାକୁ ନେଇ ସାମ୍ନାକୁ ଆସିଲା ଉର୍ବସୀ ରୌତେଲାଙ୍କ ପ୍ରତିକ୍ରିୟା ।

bollywoodtadka
96

ବଲିଉଡର ଏକାଧିକ ତାରକା ଗତ ୩୧ ମାର୍ଚ୍ଚକୁ ପ୍ରସିଦ୍ଧ ପ୍ରଯୋଜକ ଜୟନ୍ତୀଲାଲଙ୍କ ପୁଅ ୱେଡିଙ୍ଗ ରିସେପସନରେ ପହଂଚିଥିଲେ । ପାର୍ଟିରେ ସୁଭାଷ ଘାଇ ଏବଂ କବୀର ଖାନଙ୍କ ସମେତ ବଡ଼ ବଡ଼ ବ୍ୟକ୍ତି ମଧ୍ୟ ପହଂଚିଥିଲେ । ଏହି ମଧ୍ୟରେ ଉର୍ବସୀ ଏବଂ ବୋନିଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି ।

 

ଭିଡ଼ିଓରେ ବୋନି ଉର୍ବସୀଙ୍କୁ ସାକ୍ଷାତ କରୁଥିବାର ନଜର ଆସିଛନ୍ତି । ଦୁଇଜଣ ମିଡିଆକୁ ପୋଜ ଦେବା ପରେ ବୋନି ଉର୍ବସୀଙ୍କ ଅଂଟାକୁ ହାତରେ ଥାପୁଡ଼ାଇ ଦେଇ ଆଗକୁ ଚାଲିଗଲେ । ଏହି ଭିଡ଼ିଓ ଦେଖିବା ପରଠାରୁ ୟୁଜର୍ସ ବୋନିଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ବିଭିନ୍ନ ଲୋକ ବିଭିନ୍ନ କମେଂଟ ଦେଇଛନ୍ତି । ଜଣେ ଲେଖିଛିଯେ ଏହା ଭୁଲରେ ହେଉ ବା ଜାଣିଶୁଣି ଏହା ସହ୍ୟ କରାଯାଇପାରିବ ନାହିଁ ।

ଏହି ଖବରରେ ନାରାଜହୋଇ ଯାଇଛନ୍ତି ଉର୍ବସୀ । ଉର୍ବସୀ ଲେଖଛନ୍ତି ଏଭଳି ଖବର କରି ଆପଣ ମହିଳା ସଶକ୍ତିକରଣ କଥା କହୁଛନ୍ତି । ଭଲ ହେବ ଯଦି ଆପଣ ଗର୍ଲ ପାୱାର କଥା ନକହିବେ । ବାସ୍ତବରେ ଖବରକାଗଜ ଉର୍ବସୀ ଏବଂ ବୋନିଙ୍କ ଫଟୋ ଉପରେ ଡୋଂଟ ଟଚ ଲେଖି ଖବର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More