Only for Entertainment

ଗ୍ଲାମରସ ଅନ୍ଦାଜରେ ‘ବିଗ ବସ’ର ଏହି ସିମ୍ପଲ ଗର୍ଲ, ଦେଖନ୍ତୁ ଜବରଦସ୍ତ ଫଟୋସୁଟ

instagram pic
31

ଟିଭି ରିଅଲିଟି ଶୋ’ ‘ବିଗ ବସ ୧୨’ରେ କମନର ଭାବେ ଏଣ୍ଟ୍ରି କରିଥିବା ଉର୍ବଶୀ ବାଣୀ ଏବେ ନିଜର ଲ୍ୟାଟେଷ୍ଟ ମେକଓଭରକୁ ନେଇ ଚର୍ଚ୍ଚାରେ । ନିକଟରେ ଉର୍ବଶୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋସୁଟର କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡିକରେ ଉର୍ବଶୀ ଖୁବ ସୁନ୍ଦର ଏବଂ ଗ୍ଲାମରସ ଅନ୍ଦାଜରେ ନଜର ଆସିଛନ୍ତି ।

 

‘ବିଗ ବସ ୧୨’ରେ ଏକଦମ ସିମ୍ପଲ ଦେଖାଯାଉଥିବା ଉର୍ବଶୀଙ୍କ ମେକଓଭର ଦେଖି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଫଟୋ ସୁଟରେ ଉର୍ବଶୀ ରେଡ ରଙ୍ଗର ଲଙ୍ଗ ଗାଉନରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଫଟୋରେ ତାଙ୍କର ଏହି ଅନ୍ଦାଜକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଉର୍ବଶୀଙ୍କ ଏହି ଫଟୋଗୁଡିକ ଖୁବ ଭାଇରାଲ ହେବାରେ ଲାଗିଛି ।

କହିରଖୁଛୁ ଯେ, ‘ବିଗ ବସ ୧୨’ରେ ଉର୍ବଶୀ ଦୀପକ ଠାକୁରଙ୍କ ସହିତ ଏଣ୍ଟ୍ରି ନେଇଥିଲେ । ନିଜର ସାଧାରଣ ବ୍ୟବହାର ପାଇଁ ସେ ଘରଲୋକଙ୍କ ସହିତ ଫ୍ୟାନ୍ସଙ୍କ ହୃଦୟ ମଧ୍ୟ ଜିତି ନେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More