Only for Entertainment

ସଲମାନଙ୍କ ପ୍ରଶ୍ନରେ ଦୀପକଙ୍କ ଉପରେ ଭଡ଼କିଲେ ଉର୍ବସୀ,କ’ଣ ହୋଇପାରେ ବ୍ରେକ ଅପ?

aajtak
44

ପ୍ରତିଦିନ ବିଗବସ ୧୨ରେ କିଛି ନା କିଛି ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ୱିକେଣ୍ଡ କା ବାରରେ ମଧ୍ୟ ସେହିଭଳି କିଛି ନିଆରା ଦୃଶ୍ୟ ନଜର ଆସିଥିଲା ।ଯାହାର କେନ୍ଦ୍ରବିନ୍ଦୁ ସାଜିଥିଲେ ଦୀପକ,ଉର୍ବସୀ ।ବାସ୍ତବରେ ସଲମାନଙ୍କ ପ୍ରଶ୍ନ ଉର୍ବସୀଙ୍କୁ ଥିଲା,ସେ ପ୍ରଶ୍ନ କରିଥିଲେଯେ କ’ଣ ଆପଣ ନମିନେସନ ହୋଇଥିବା ଯୋଗୁଁ ନାରାଜ ଅଛନ୍ତି କି । ଏହାପରେ ଆସିଥିଲା ଉର୍ବସୀଙ୍କ ପ୍ରତିକ୍ରିୟା ।ଘରେ ସବୁବେଳେ ଶାନ୍ତ ଭାବରେ ରହୁଥିବା ଉର୍ବସୀ ଭଡ଼କିଥିଲେ ଦୀପକଙ୍କ ଉପରେ । ରାଗିବା ମଧ୍ୟ ସ୍ୱଭାବିକ କଥା । ଅବଶ୍ୟ ଉର୍ବସୀଙ୍କର ଏଭଳି ପ୍ରତିକ୍ରିୟା ପ୍ରଥମ ଥର ଦେଖିବାକୁ ମିଳିଛି ।

ଦୀପକ କହିଲେଯେ ଉର୍ବସୀ ଭାବୁଛନ୍ତିଯେ ମୁଁ ତାଙ୍କୁ ବଦଳାଇବାକୁ ଚାହୁଁଛି,ଏହି କଥାକୁ ସେ ମନ ଭିତରେ ଧରି ରଖିଛନ୍ତି । ଏହି କଥା ଶୁଣି ଉର୍ବସୀ ପୁଣିଥରେ ରାଗି ଯାଇଥିଲେ । ଏହା ସହିତ ସେ କହିଲେଯେ ମୋତେ ବଦଳାଇବାକୁ ଚେଷ୍ଟା କରା ନଯାଉ କାରଣ ମୁଁ ଯେଉଁଭଳି ଅଛି ସେହିଭଳି ହିଁ ରହିବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More