Only for Entertainment

ଲାଇଭ ରିପୋର୍ଟିଙ୍ଗ କରୁଥିବା ମହିଳାଙ୍କ ସହିତ ଲଜ୍ଜାଜନକ କାମ କଲା ବ୍ୟକ୍ତି, ଭିଡ଼ିଓ ଭାଇରାଲ

punjabkesari
158

ମ୍ୟୁଜିକ ଫେଷ୍ଟିଭାଲରେ ଲାଇଭ ରିପୋର୍ଟିଙ୍ଗ କରୁଥିବା ମହିଳା ରିପୋର୍ଟରଙ୍କ ସହିତ ଜଣେ ବ୍ୟକ୍ତି ଏଭଳି ଲଜ୍ଜାଜନକ ବ୍ୟବହାର କରିଛି ଯାହାର ଭିଡ଼ିଓ ସୋସିଆଲ ମିଡିଆ ଏବଂ ଟିଭି ଚ୍ୟାନେଲରେ ଭାଇରାଲ ହେଉଛି । ପରେ ନା ସେହି ବ୍ୟକ୍ତିକୁ ପଶ୍ଚାତାପ ହେଲା ନା ସେ କ୍ଷମା ମାଗିଲା । ପରେ ରିପୋର୍ଟରେଙ୍କ ଅଭିଯୋଗ ପରେ ତା ନାମରେ ମାମଲା ରୁଜୁ ହେଲା । ଏବେ ତାକୁ ୯୦ ଦିନ ବା ତା’ ଠାରୁ ଦଣ୍ଡ ମିଳିପାରେ ।

 

ଘଟଣା ଗତ ଶୁକ୍ରବାରର । ଆମେରିକାର ଲୁଇସବେଲାର । ୟୁଏସ ଟୁଡେ ଅନୁସାରେ ଏଠାରେ ଏକ ମ୍ୟୁଜିକ ଫେଷ୍ଟିଭାଲ ଚାଲୁଥିଲା । ଏହି କାର୍ଯ୍ୟକ୍ରମର ରିପୋର୍ଟିଙ୍ଗ ଜଣେ ମହିଳା କରୁଥିଲେ, ଯାହାଙ୍କ ନାମ ସାରା ରିବେଷ୍ଟ । ସେ ରିପୋର୍ଟିଙ୍ଗ କରୁଥିବା ସମୟରେ ଜଣେ ବ୍ୟକ୍ତି ଆସି ତାଙ୍କ ପଛରେ ଛିଡ଼ା ହୋଇଗଲା ଏବଂ କେହି କିଛି ବୁଝିବା ପୂର୍ବରୁ ସେ ରିପୋର୍ଟରଙ୍କୁ କିସ କରିଦେଲା ।ଯାହାପରେ ରିପୋର୍ଟର ଯେଉଁଭଳି ହେଉ କଥାକୁ ବାଲାନ୍ସ କରିଦଲେ । କିନ୍ତୁ ଅପସେଟ ହୋଇ ସେ କେସ ଦେଲେ । ଯାହାପରେ ସେହି ବ୍ୟକ୍ତି ନାମରେଯୌନ ଶୋଷଣ ମାମଲା ରୁଜୁ ହୋଇଛି ।

 

ଖବର ଅନୁସାରେ କେସ ଦେବାପରେ ସେହି ବ୍ୟକ୍ତ ଲିଖିତ ଭାବରେ ରିପୋର୍ଟଙ୍କୁ କ୍ଷମା ମାଗିଛି । ତେବେ ଏହା ପ୍ରଥମ ଥର ନୁହେଁ ବରଂ ଏହା ପୂର୍ବରୁ ପ୍ରାୟ କିଛି ମହିଳାଙ୍କ ସହିତ ଏଭଳି ୩୦ଟି ଘଟଣା ସାମ୍ନାକୁ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More