Only for Entertainment

ଚେହେରାରେ ବରଫକୁ ବ୍ୟବହାର କରିବାର କିଛି ସାଧାରଣ ଟିପ୍ସ, ଯାହା ସମସ୍ତେ ଜାଣି ନଥିବେ

elle salon
0 51

ଘରେ ହେଉ କିମ୍ବା ବାହାରେ କେତେକ କାର୍ଯ୍ୟରେ ବରଫ ବ୍ୟବହାର କରାଯାଏ । ଶରୀରର କୌଣସି ସ୍ଥାନ ଆଘାତ ପାଇ ଫୁଲି ଯାଇଥିଲେ ବରଫ ବ୍ୟବହାର କରାଯାଏ । ଯାହା ଦ୍ୱାରା କିଛି ଉପଶମ ମିଳିଥାଏ ।

ବରଫର ଫାଇଦା ବିଷୟରେ ସମସ୍ତେ ଜାଣନ୍ତି । ବରଫକୁ ଜୁସ, ସରବତ କିମ୍ବା କୋଲ୍ଡ ଡ୍ରିଙ୍କରେ ମିଶା ଯାଇଥାଏ । ଏହା ବ୍ୟତୀତ କେତେକ ଜିନିଷକୁ ଥଣ୍ଡା କରିବା ପାଇଁ ମଧ୍ୟ ବରଫକୁ ବ୍ୟବହାର କରାଯାଏ । କିନ୍ତୁ ଏସବୁ ବ୍ୟତୀତ ବରଫର ଏଭଳି କିଛି ଫାଇଦା ରହିଛି ଯାହା ବିଷୟରେ ସମସ୍ତେ ଜାଣି ନଥିବେ ।

ଚେହୋରା ପାଇଁ ବିଭିନ୍ନ ଜିନିଷ ବ୍ୟବହାର କରାଯାଏ । ଯାହା ଦ୍ୱାରା ଚେହୋରାର ରଙ୍ଗ ଏବଂ ତ୍ୱଚାରେ ପରିବର୍ତ୍ତନ ଆସିଥାଏ । କିନ୍ତୁ ଚେହୋରା ପାଇଁ ବରଫ କେତେ ଲାଭଦାୟକ ତାହା ସମସ୍ତେ ଜାଣି ନଥାନ୍ତି । ଏହା ଖୁବ ସହଜରେ ଏବଂ କମ ଶୁଳ୍କରେ ଉପଲବ୍ଧ । ଚେହୋରା ପାଇଁ ବରଫ ଖୁବ ଲାଭଦାୟକ ହୋଇଥାଏ । ଏହା ତ୍ୱଚାକୁ ଗୋରା କରିବା ସହିତ ଚିକ୍କଣ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।

ବ୍ଲିଚ କରିସାରିବା ପରେ ଚେହେରାରେ ବରଫ ଘସିବା ଦ୍ୱାରା ହେବାକୁ ଥିବା ର୍ୟାସେଜରୁ ରକ୍ଷା କରିଥାଏ । ଥ୍ରେଡିଙ୍ଗ କିମ୍ବା ୱାସିଙ୍ଗ କରିବା ପୂର୍ବରୁ ଯଦି ସେହି ସ୍ଥାନରେ କିଛି ବରଫ ମାଲିସ କରାଯାଏ ତେବେ କଷ୍ଟ ହୋଇ ନଥାଏ ।

ସନ ବର୍ଣ୍ଣ କାରଣରୁ ତ୍ୱଚାରେ କଳା ଦାଗ ହୋଇ ଯାଇଥାଏ । ତ୍ୱଚାର ସେହି ସ୍ଥାନରେ ବରଫ ମାଲିସ କରିବା ଦ୍ୱାରା କଳା ଦାଗ ଦୂର ହୋଇଥାଏ । ଏହା ସହିତ ଲିପଷ୍ଟିକ ଲଗାଇବା ପୂର୍ବରୁ ଓଠରେ ବରଫ ଘଷିଲେ ଓଠକୁ ଉପଯୁକ୍ତ ଆକାର ଦେବାରେ ସହଜ ହୋଇଥାଏ । ଲିପଷ୍ଟିକ ବିଛୁରିତ ହୋଇ ନଥାଏ । ତେଣୁ କୌଣସି କସମେଟିକ ପରିବର୍ତ୍ତେ ବରଫକୁ ବ୍ୟବହାର କରାଯାଇ ପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More