Only for Entertainment

ଘରେ ଏବଂ ଦୋକାନରେ ଲଗାନ୍ତୁ ଏହି ରଙ୍ଗର ତାଲା ।

timeshighereducation.com
0 58

ତାଲା ଏବଂ ଚାବିକୁ ଘର ଓ ଦୋକାନର ସୁରକ୍ଷା ପାଇଁ ବ୍ୟହାର କରାଯାଏ । ବାସ୍ତୁ ଶାସ୍ତ୍ରରେ ତାଲଶକୁ ନେଇ କେତେକ ନିୟମ ରହିଛି । ଏହି ନିୟମକୁ ପାଳନ କରିବା ଦ୍ୱାରା ଘରର ସୁରକ୍ଷା ବଢିଥାଏ ଏବଂ କୌଣସି ପ୍ରକାରର ଚୋରି ହୋଇନଥାଏ । ବିଶେଷକରି କ୍ଷତିର ସମ୍ଭାବନା ଖୁବ କମ ରହିଥାଏ ।

ଘରେ ସର୍ବଦା ଦିଗ ପ୍ରତି ଧ୍ୟାନ ରଖି ତାଲାର ବ୍ୟବହାର କରିବା ଉଚିତ । ପୂର୍ବକୁ ସୂର୍ଯ୍ୟଙ୍କ ଦିଗ କୁହାଯାଏ ତେଣୁ ଏହି ଦିଗରେ ସର୍ବଦା ତମ୍ବାର ତାଲା ବ୍ୟହାର କରିବା ଉଚିତ ।

ପଶ୍ଚିମ ଦିଗକୁ ଶନିଙ୍କ ଦିଗ ବୋଲି କୁହାଯାଏ । ତେଣୁ ଏହି ଦିଗରେ ସର୍ବଦା ଭାରି ଏବଂ ମଜବୁତ ତାଲା ଲଗାଇବା ଉଚିତ । ଏହା ସହିତ ତାଲାର ରଙ୍ଗ କଳା ହେବା ଉଚିତ । ଏହି ଦିଗରେ କେବେ ମଧ୍ୟ ତମ୍ବାର ତାଲା ଲଗାଇବା ଅନୁଚିତ ।

ଉତ୍ତରରେ ପିତ୍ତଳ ତାଲା ଲଗାଇବା ଉଚିତ । ଏହା ସହିତ ଯଦି ଅନ୍ୟ କୌଣସି ଧାତୁର ତାଲା ଲଗାଉଛନ୍ତି ତେବେ ମନେ ରଖିବେଯେ ଗୋଲଡେନ ରଙ୍ଗର ତାଲା ଲଗାଇବା ଉଚିତ । ଏହି ଦିଗରେ କାରଖାନା ଏବଂ ଶୋରୁମ ଥିଲେ ୫ ନମ୍ବର ତାଲା ଲଗାନ୍ତୁ ।

ଦକ୍ଷିଣ ଦିଗରେ ପଂଚଧାତୁର ତାଲା ଲଗାଇବା ଆବଶ୍ୟକ । ଯଦି ତାହା ନାହିଁ ତେବେ ତାଲାରେ ଲାଲ କିମ୍ବା ଚେରୀ ରଙ୍ଗ ଲଗାନ୍ତୁ ।

ଉତ୍ତର-ପୂର୍ବ ମୁଖୀ ସ୍ଥାନରେ ହଳଦିଆ ରଙ୍ଗର ତାଲା ବ୍ୟବହାର କରନ୍ତୁ । ପଶ୍ଚିମରେ ମଧ୍ୟ ଲାଲ କିମ୍ବା ଚେରୀ ରଙ୍ଗର ତାଲା ଲଗାନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More