ସୁନ୍ଦର ତ୍ୱଚା ପାଇଁ ମୁହଁରେ ଲଗାନ୍ତୁ ରେଡ ୱାଇନ ।
ତ୍ୱଚା ସୁନ୍ଦର ହେଉ ଏହା ସମସ୍ତେ ଚାହାଁନ୍ତି । ତେବେ ସେଥିପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରିବା ସହିତ ଘରୋଇ ଉପଚାର ମଧ୍ୟ କରନ୍ତି । ଘରୋଇ ଉପଚାର କଥା ଆଲୋଚନା କଲେ ସାମ୍ନାକୁ ଆସେ ରେଡ ୱାଇନ । ଆଜ୍ଞା ହଁ ଏହା କେବଳ ପିଇବାରେ ବ୍ୟବହାର ହୋଇନଥାଏ ବରଂ ତ୍ୱଚାରେ ଚମକ ଆଣିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ ।
ପ୍ରଥମେ ମୁଁହକୁ ସଫା କରି ନରମ କପଡ଼ାରେ ପୋଛନ୍ତୁ। ଏହାପରେ ଚାରି ଚାମଚ ରେଡ୍ ୱାଇନ୍ ସହ କିଛି ଲେମ୍ୱୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ମାଲିସ୍ କରନ୍ତୁ ଏବଂ ଏହାପରେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ।
ରେଡ୍ ୱାଇନ୍ ସହିତ ଆପଣ ଆଲୋଭେରା ଜେଲ୍ ମଧ୍ୟ ମିଶାଇ ପାରିବେ। ଏଥିପାଇଁ ପ୍ରଥମେ ଆପଣଙ୍କୁ ୱାଇନ୍ ସହ କିଛି ଆବଶ୍ୟକ ତେଲ ମିଶାଇବାକୁ ପଡ଼ିବ। ଏହାପରେ ରେଡ୍ ୱାଇନ୍ ଏବଂ ଆଲୋଭେରା ମିଶ୍ରଣ ପ୍ୟାକ୍କୁ ମୁହଁରେ ଲଗାଇ ଆଙ୍ଗୁଳିରେ ମାଲିସ୍ କରନ୍ତୁ। ମଥା, ଥୋଡ଼ି ଓ ଆଖି ତଳ ଭାଗରେ ଏହାକୁ ଭଲ ଭାବରେ ମାଲିସ୍ କରନ୍ତୁ।
ଏପରି କରିବା ଦ୍ୱାରା ଆପଣଙ୍କ ମୁହଁରେ ରକ୍ତ ସଂଚାଳନ ମଧ୍ୟ ଭଲ ହୋଇଥାଏ।
ଏହା ବ୍ୟତୀତ ଆପଣ ଘରେ ରେଡ୍ ୱାଇନ୍ ସହିତ ଦହି ମିଶାଇ ପ୍ୟାକ୍ ମଧ୍ୟ ପ୍ରସ୍ତୁତ କରିପାରିବେ। ଏହି ପ୍ୟାକ୍କୁ ମୁହଁରେ ମାଲିସ୍ କଲେ ଏଥିରୁ ମୁହଁ ଉଜ୍ଜ୍ୱଳ ରହିବା ସହ ଅଧିକ ଚିକ୍କଣ ମଧ୍ୟ ଲାଗିଥାଏ।