Only for Entertainment

ରାଧେ ମା’ଙ୍କ ଭିଡିଓ ସେୟାର କରି ଟ୍ରୋଲ ହେଲେ ରାକ୍ଷୀ ସାୱନ୍ତ

YouTube
0 50

ବିବାଦୀୟ ବୟାନ ଦେଇ ସର୍ବଦା ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ‘ଡ୍ରାମା କ୍ୱିନ’ ରାକ୍ଷୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାରେ । ରାକ୍ଷୀ ସାୱନ୍ତ ଗୁରୁବାର ଦିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାଧେ ମା’ଙ୍କ କେ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ରାଧେ ମା’ ଭକ୍ତଙ୍କ ମଧ୍ୟରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ରାକ୍ଷୀ ଏହି ଭିଡିଓ ସେୟାର କରିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । କେହି ଆପଣଙ୍କର କିଛି କାମ ନାହିଁ ବୋଲି କହିଥିବା ବେଳେ ଅନ୍ୟ କେହି ଅସାଧାରଣ ଲୋକମାନଙ୍କ ଲିଗ୍ ବୋଲି ଏହାକୁ କହିଛନ୍ତି ।

 


କହିରଖୁଛୁ ଯେ ନିକଟରେ ରାକ୍ଷୀ ସାୱନ୍ତ ଆସାରାମ ବାପୁଙ୍କ ଦଣ୍ଡ ମିଳିବା ଉପରେ ନିଜର ମତ ରଖିଥିଲେ । ସେ କହିଥିଲେ ‘ମୋତେ ଖୁବ ଖୁସି ଲାଗିଲା ଆସାରାମକୁ ଏହି ଦଣ୍ଡ ଶୁଣାଗଲା । ଏପରି ସ୍ୱଭାବର ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ଉଦାହରଣ । ଖାସ କରି ଯେଉଁମାନେ ଧନୀ ଏବଂ ଶକ୍ତିଶାଳୀ ଏବଂ ମହିଳା ଏବଂ ଶିଶୁଙ୍କ ଉପରେ ଏପରି ଅତ୍ୟାଚାର କରନ୍ତି ।’

ଏହା ସହିତ ସେ କହିଛନ୍ତି ‘କିନ୍ତୁ ଏହି ମାମଲାରେ ମୃତ୍ୟୁଦଣ୍ଡ କ’ଣ ପାଇଁ ଦିଆଗଲାନାହିଁ । ନାବାଳିକାକୁ ଦୁଷ୍କର୍ମ କରିବା ବ୍ୟକ୍ତିକୁ ବେଲ୍ ମିଳିବା ଉଚିତ ନୁହେଁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More