ଦୀପାବଳି ଉପଲକ୍ଷେ ଲାଗିଲା ନିଆରା ମେଳା, ୫୦ ହଜାରରେ ବିକ୍ରି ହେଲା ଦୀପିକା
ଉତ୍ତର ପ୍ରଦେଶର ପୌରାଣିକ ନଗରୀ ଚିତ୍ରକୂଟରେ ଦୀପାବଳି ଉପଲକ୍ଷେ ଲାଗିଥିବା ନିଆରା ମେଳାରେ ଏକ ଦୀପିକା ନାମକ ଗଧ ୫୦ ହଜାର ଟଙ୍କାରେ ବିକ୍ରି ହୋଇଛି । ମନ୍ଦାକିନୀ ନଦୀ କୂଳରେ ଲାଗିଥିବା ଗଧ ମେଳାରେ ଏହି ଥର ୧୨ ହଜାର ଗଧ ପହଂଚିଥିଲେ । ସେଠାରେ ଗଧଙ୍କ ମୂଲ୍ୟ ୫ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଥିଲା । ଗଧ ବେପାରୀ ମାନେ ପରଖି ଯାଂଚ କରି ଗଧ କିଣୁଥିଲେ । ତିନି ଦିନ ମଧ୍ୟରେ ପ୍ରାୟ ୮ ହଜାର ଗଧ ବିକ୍ରି ହେଲେ । ସେଠାରେ ପ୍ରାୟ ୧୨ କୋଟି ଟଙ୍କାର ବେପାର ବାଣିଜ୍ୟ ହେଲା । ଗତ ବର୍ଷ ଅପେକ୍ଷା ପ୍ରାୟ ୨ କୋଟି ଟଙ୍କା ଅଧିକ ବାଣିଜ୍ୟ ହୋଇଛି ।
ଗଧ ମାନଙ୍କର ନାମ ଫିଲ୍ମ ଦୁନିଆର କଳାକାରଙ୍କ ନାମରେ ରଖା ଯାଇଥିବା ଦେଖିବାକୁ ମିଳିଛି । ସେଠାରେ ଥିବା ଦୀପିକା ନାମ ଗଧ ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହେଲା, ଯାହାର ମୂଲ୍ୟ ଥିଲା ୫୦ ହଜାର ।