Only for Entertainment

ବିଧବା ବୋହୂର କନ୍ୟାଦାନ କରି ଉଦାହରଣ ସୃଷ୍ଟି କଲେ ଉତ୍ତରାଖଣ୍ଡର ଏହି ପରିବାର ।

Toldnews
37

ଆମେ ଗଣମାଧ୍ୟମରେ ଓ ଆଖପାଖ ଅଞ୍ଚଳରେ ଯୌତୁକ ନିର୍ଯ୍ୟାତନା, ବଧୂହତ୍ୟା ଆଦି ଘଟଣା ପଢୁଛେ ଏବଂ ଦେଖୁଛେ । ହେଲେ ଉତ୍ତରାଖଣ୍ଡରେ ଜଣେ ମହିଳାଙ୍କ ଶଶୂର ଘର ଲୋକେ ଏପରି ଏକ କାର୍ଯ୍ୟ କରିଛନ୍ତି ଯାହା ନିଶ୍ଚିତ ଭାବେ ସମାଜରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ଏଠାକାର ଜଣେ ଶାଶୂ-ଶଶ୍ୱର ନିଜ ବିଧବା ବୋହୂ ପାଇଁ ନିଜେ ଖୋଜିଥିଲେ ବରପାତ୍ର, ଆଉ ଝିଅ ଭଳି ଧୁମ୍‍ଧାମରେ ବିବାହ କରାଇଛନ୍ତି ।

ବାଲାବାଲା ନିବାସୀ ବିଜୟଚନ୍ଦଙ୍କ ପୁଅ ସନ୍ଦୀପଙ୍କ ବିବାହ ୨୦୧୪ରେ କବିତାଙ୍କ ସହ ହୋଇଥିଲା । ହେଲେ ୨୦୧୫ରେ ଏକ ଦୁର୍ଘଟଣାରେ ସନ୍ଦୀପଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ କବିତା କିନ୍ତୁ ଶଶୁର ଘର ଛାଡିନଥିଲେ । ଏପଟେ ପୁଅର ମୃତ୍ୟୁ ପରେ ବୋହୂର ଜୀବନକୁ କିପରି ଆଗକୁ ନେଇହେବ ସେହି ଚିନ୍ତାରେ ଥିଲେ ବିଜୟଚନ୍ଦ । ବୋହୂ ପାଇଁ ବରପାତ୍ର ଖୋଜିବା ସହ ବାପ ହୋଇ ବୋହୂର କନ୍ୟାଦାନ କରିଥିଲେ । ବଡ଼ ଧୁମ୍‍ଧାମରେ ମଧ୍ୟ ଆୟୋଜନ ହୋଇଥିଲା ଏହି ବିବାହ ଉତ୍ସବ ।

ବିଜୟ ଚନ୍ଦ୍ରଙ୍କ କହିବା ଅନୁସାରେ ପୁଅର ମୃତ୍ୟୁ ପରେ ସମସ୍ତ ବୋହୂକୁ ତାଙ୍କ ଘରକୁ ପଠାଇଦେବା ପାଇଁ କହିଥିଲେ । କିନ୍ତୁ ସେ ଏହାକୁ ମାନିନଥିଲେ କି ତାଙ୍କ ବୋହୂ କବିତା ଶାଶୁ ଶ୍ୱଶୁରଙ୍କୁ ଛାଡି ଯାଇନଥିଲେ । ଲୋକେ ତାଙ୍କ ପରିବାର ପାଇଁ କବିତା ଅଶୁଭ ବୋଲି ମଧ୍ୟ କହିଥିଲେ । କିନ୍ତୁ ସେ ସର୍ବଦା କବିତାଙ୍କ ସହିତ ଠିଆ ହୋଇଥିଲେ ଏବଂ ଝିଅ ଭଳି ତାଙ୍କର କନ୍ୟାଦାପନ କରିଥିଲେ । ବିଜୟ ଚନ୍ଦ୍ର କହିଛନ୍ତି ଏହି ସମାଜ ଏଥିରୁ କିଛି ଶିଖିବା ଆବଶ୍ୟକ । ବୋଙୂ ମଧ୍ୟ ଝିଅ ଭଳି ହୋଇଥାଏ । ତାକୁ ସବୁ ସମ୍ମାନ ମିଳିବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More