Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଉତ୍ତର ଭାରତୀୟ କାଲି ମିର୍ଚ ଚିକେନ କଡାହି । ।

AllTastyRecipe
48

ପ୍ରଥମେ ଏକ ପାତ୍ରରେ ଚିକେନ, ଲେମ୍ବୁ ରସ, ଲୁଣ ଏବଂ ଗୁଣ୍ଡ ଗୋଲ ମରିଚ ପକାଇ ଭଲ ଭାବରେ ମିଶାନ୍ତୁ । ଏହାକୁ ୩୦ ମିନିଟ ପାଇଁ ରଖନ୍ତୁ ।

ଏକ ଭାରି କଡ଼ାଇ ଗରମ କରି ତେଲ ପକାନ୍ତୁ । ଏବେ ଏଥିରେ ମ୍ୟାରିନେଟ ଚିକେନ ପକାନ୍ତୁ । ମଧ୍ୟମ ଅଂଚରେ ରଖନ୍ତୁ ଏବଂ କିଛି ସମୟ ପରେ ବାହାର କରି ଦିଅନ୍ତୁ । ଏବେ କଡ଼ାଇରେ ତେଲ ପକାଇ ଜିରା, ଲବଙ୍ଗ, ଗୁଜୁରାତି, ତେଜ ପତ୍ର, ଅଦା ଓ ରସୁଣ ବଟା, କଂଚା ଲଙ୍କା ପକାଇ ୧ରୁ ୨ ମିନିଟ କଷନ୍ତୁ । ଏବେ ପିଆଜ ପକାନ୍ତୁ ଏବଂ ସାମାନ୍ୟ ଭାଜନ୍ତୁ । ଏହାପରେ ଧନିଆ ଗୁଣ୍ଡ, ଗୁଣ୍ଡ ଛେଚିଥିବା ଗୋଲମରିଚ ଏବଂ ଲୁଣ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ରଖିଥିବା ଚିକେନ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ଦହି ମିଶାନ୍ତୁ । ମଧ୍ୟମ ଆଂଚରେ ୫ରୁ ୭ ମିନିଟ ରଖନ୍ତୁ । ଏହାପରେ ପାଣି ଦେଇ ୨୦ରୁ ୨୫ ମିନିଟ ମଧ୍ୟମ ଆଂଚରେ ରଖନ୍ତୁ । ଢାଙ୍ଗୁଣି ବାହାର କରି ଗରମ ମସଲା, କସ୍ତୁରୀ ମେଥି ପକାଇ ବାହାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More