Only for Entertainment

‘ହରେ ରାମ’ ଲେଖା ହୋଇଥିବା ଡ୍ରେସ ପିନ୍ଧି ଫସିଲେ ବାଣୀ କପୁର, ପୋଲିସ ଷ୍ଟେସନରେ ମାମଲା ରୁଜୁ

latestly
32

ବଲିଉଡ ଅଭିନେତ୍ରୀ ବାଣୀ କପୁର ନିକଟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏ କ ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋରେ ବାଣୀ ପିନ୍ଧିଥିବା ଏକ କ୍ରପ ଟପ୍ ରେ ‘ହରେ ରାମ’ ଲେଖାହୋଇଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ବିବାଦ ଆରମ୍ଭ ହୋଇଯାଇଥିଲା ।

ଏବେ ଏହି ଏକ ଫଟୋକୁ ନେଇ ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଛି। ଫଟୋଟି ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଉଥିବାରୁ ସୋସିଆଲ ମିଡିଆର ୟୁଜର୍ସମାନେ ମଧ୍ୟରେ ବାଣୀଙ୍କୁ ସମାଲୋଚନା କରିଥିଲେ। ମୁମ୍ବାଇର ଏମ.ଏମ୍ ଯୋଶୀ ମାର୍ଗ ପୋଲିସ ଥାନାରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି । ବାଣୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ଏହି ମାମଲାରେ ଉଲ୍ଲେଖ କରାଯାଇଛି । ତେବେ ବାଣୀଙ୍କ ବିରୋଧରେ ରୁଜୁ ହୋଇଥିବା ଏହି ମାମଲା କେତେ ଦୂର ଯାଉଛି ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More