Only for Entertainment

ବାନି କପୁରଙ୍କ ନିଆରା ଅନ୍ଦାଜ୍, ଡ୍ୟାନ୍ସ ପାଇଁ କରୁଛନ୍ତି କଡା ପରିଶ୍ରମ, ଦେଖନ୍ତୁ ଭିଡିଓ

YouTube
63

ଆଟ୍ରାକ୍ଟିଭ୍ ବଡି ଏବଂ ନିଜ ହଟ୍ ଅନ୍ଦାଜ୍ ପାଇଁ ବଲିଉଡରେ ଲୋକପ୍ରିୟ ହୋଇଛନ୍ତି ଅଭିନେତ୍ରୀ ବାନି କପୁର୍ । ସୁଦ୍ଧ ଦେଶୀ ରୋମାନ୍ସ ଓ ବେଫିକରେ ପରେ ଏବେ ଏହି ସୁନ୍ଦରୀଙ୍କ ଜଲୱା ଦେଖିବାକୁ ମିଳିବ ଅପକମିଂ ଆକ୍ସନ୍ – ଡ୍ରାମା ଫିଲ୍ମ ୱାର୍ । ସିନେମାର ପ୍ରଥମ ଗୀତ ‘ଘୁଙ୍ଗରୁ’ ଗତ କିଛି ଦିନ ଆଗରୁ ରିଲିଜ୍ ହୋଇଥିଲା । ଯେଉଁଥିରେ ହ୍ରିତିକ୍ ରୋଶନ୍ଙ୍କ ସମେତ ଅଭିନେତ୍ରୀ ବାନି କପୁର୍ଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ତେବେ ଏହି ଗୀତରେ ନିଜ ୟୁନିକ୍ ଡ୍ୟାନ୍ସ ପାଇଁ ବାନିଙ୍କୁ ପାଖାପାଖି ୪୦ ଦିନ ଧରି ତାଲିମ୍ ନେବାକୁ ପଡିଥିଲା ।

ନିକଟରେ ମେକର୍ସ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଗୀତ ସୁଟିଂ ପୂର୍ବରୁ ବାନିଙ୍କ ଡ୍ୟାନ୍ସ ପ୍ରାକ୍ଟିସର ଏକ ଝଲକ ଦେଖିବାକୁ ମିଳିଛି । ଟ୍ରେନର୍ ଓ କୋରିଓଗ୍ରାଫରଙ୍କ ସହ କଠିନ ଡ୍ୟାନ୍ସ ଫର୍ମ ତାଲିମ ନେଉଥିବାର ନଜର ଆସିଛନ୍ତି ବାନୀ । ଗୀତ ସୁଟିଂ ପୂର୍ବରୁ ପାଖାପାଖି ୪୦ଦିନ ଧରି ଡ୍ୟାନ୍ସ ପ୍ରାକ୍ଟିସ୍ କରିଛନ୍ତି ବାନୀ । ତାଙ୍କ ଆଗାମୀ ଫିଲ୍ମ ‘ୱାର୍’ର ଘୁଙ୍ଗରୁ ଗୀତ ପାଇଁ ବାନୀ କିଛି ଏହିପରି କରିଛନ୍ତି ଅଭ୍ୟାସ । ଯାହା ଗୀତରେ ଦେଖିବାକୁ ମିଳିଛି ।

ଏହି ସିନେମାରେ ବଲିଉଡ ହାର୍ଟଥ୍ରୋବ ହ୍ରିତିକ ରୋଶନଙ୍କ ସହ ରୋମାନ୍ସ କରିବେ ବେଫିକରେ ଗର୍ଲ ବାନୀ କପୁର । ଆଉ ଘୁଙ୍ଗରୁ ଗୀତରେ ହ୍ରିତିକ ଓ ବାନୀଙ୍କ ମ୍ୟାଜିକାଲ କେମେଷ୍ଟ୍ରି ଦେଖିବାକୁ ମିଳିଛି । ବିଶାଳ ଭରଦ୍ୱାଜଙ୍କ ସଂଗୀତ ନିିର୍ଦ୍ଦେଶନାରେ ପ୍ରସ୍ତୁତ ଏଇ ଗୀତରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଓ ଶିଳ୍ପା ରାଓ । ଫରେନ ଲୋକେସନରେ ଗୀତକୁ ପିକଚରାଇଜ କରାଯାଇଛି । ଫିଲ୍ମରେ ହ୍ରିତିକ ଓ ବାନୀଙ୍କ ସହ ଟାଇଗର ଶ୍ରର୍ଫଙ୍କ ଅଭିନୟ ରହିଛି । ସ୍ପାଏ ଏଜେଂଟ ଭୁମିକାରେ ଏମାନଙ୍କ ନୂଆ ଅବତାର ଦେଖିବାକୁ ପାଇବେ ଦର୍ଶକ । ଅକ୍ଟୋବର ୨ରେ ରିଲିଜ ହେବ ୱାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More