Only for Entertainment

ଭାଲେନଟାଇନ୍ ଡେ’ରେ ମୁକ୍ତିଲାଭ କରିଛି ଲୋକପ୍ରିୟ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀଙ୍କ ରୋମାଂଟିକ୍ ଗୀତ ‘ହୃଦୟରେ ଲେଖିଦେଲ’ !

48

ଭାଲେନଟାଇନ୍ ଡେ’ରେ ମୁକ୍ତିଲାଭ କରିଛି ଲୋକପ୍ରିୟ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀଙ୍କ ରୋମାଂଟିକ୍ ଗୀତ । ଯାହାର ଟାଇଟେଲ୍ ରହିଛି ‘ହୃଦୟରେ ଲେଖିଦେଲ’ । ଏହି ରୋମାଂଟିକ୍ ଗୀତରେ ନାୟକ ଭାବେ ନଜର ଆସିଛନ୍ତି ଅଭିନେତା ଅଭିଷେକ ଗିରି ଏବଂ ନାୟିକା ଭାବେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିଛି ।

ଭାଲେନ୍ଟାଇନ୍ସ ଡେ’ ଅବସରରେ ମୁକ୍ତିଲାଭ କରିଛି ଏକ ଭିନ୍ନ ସ୍ୱାଦର ଓଡିଆ ଗୀତ ‘ହୃଦୟରେ ଲେଖିଦେଲ’ । ପ୍ରେମକୁ ନେଇ ଏକ ସୁନ୍ଦର କାହାଣୀ ଦେଖିବାକୁ ମିଳିଛି ଏହି ମନଛୁଁଆ ଗୀତରେ । ପ୍ରେମ ଏମିତି ଏକ ଅନୁଭୂତି ଯାହାକୁ ଶବ୍ଦରେ ପ୍ରକାଶ କରି ହୁଏନା । ଆଉ ଏହି ଅନୁଭୂତିକୁ ନିଜ ମନର ମଣିଷ ଆଗରେ ବଖାଣିବା ଆଦୌ ସହଜ ନୁହେଁ । ଏମିତି କିଛି ଅନୁଭୂତିକୁ ଏହି ଗୀତରେ ବଖାଣିଛନ୍ତି କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ । ଜଣେ ଗାୟକ ଏବଂ ତାଙ୍କର ଜଣେ ପ୍ରଶଂସିକାଙ୍କ ଭିତରେ ଥିବା ଅକୁହା ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ରୋମାଂଟିକ୍ ଗୀତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More