Only for Entertainment

ଖାଂଟି ଓଡିଆ ପ୍ରେମର ଧୁନ୍ । ଭାଲେଂଟାଇନ ଡେରେ ପ୍ରେମ କାହାଣୀ ‘ମଥାନେ ଡାକିଲା କାଉ’ ।

youtube
0 66

ସହରୀ ଝିଅ ଓ ଗାଉଁଲି ପୁଅର ପ୍ରେମ କାହାଣୀ । ଯାହା ଶଗଡ ଗାଡିରେ ବସିବାରୁ ଆରମ୍ଭ, ଯାହା ମାଟିର ବାସ୍ନା ସହ ଜଡିତ, ଯାହା ଷ୍ଟେସନରେ ବସି ପ୍ରେମିକାକୁ ଅପେକ୍ଷା କରିବା ଭଳି ଆନନ୍ଦ ଦିଏ । ବାସ୍ତବରେ କାହାଣୀଟି ଏକ ଗାଉଁଲି ପୁଅ ଏବଂ ସହରୀ ଝିଅକୁ ନେଇ ନିର୍ମାଣ କରାଯାଇଛି । ଯେଉଁଥିରେ ସହରର ଚାକଚକ୍ୟ ଭିତରେ ବଢିଥିବା ଝିଅଟିଏ ଗାଁକୁ ବୁଲିବାକୁ ଯାଇଛି ଓ ସେଠାରେ ସେ ସହରୀ ଜୀବନ ବିତାଇବାକୁ ଚେଷ୍ଟା କରିଛି, କିନ୍ତୁ ତାହା ବିଶେଷ ସମ୍ଭବ ହୋଇପାରି ନାହିଁ । ସେଠାରେ ତା’ର ଦେଖାହୋଇଛି ଏକ ଗାଉଁଲି ପୁଅ ସହିତ ଓ ସେହି ପ୍ରଥମ ଦେଖାରେ ପୁଅଟି ତାକୁ ମନ ଦେଇ ବସିଛି । ହେଲେ ପ୍ରେମ ଥିଲା ସଂପୁର୍ଣ୍ଣ ଏକତରଫା । ସହରୀ ଝିଅର ଆଧୁନିକ ଚକଚକ୍ୟ ଓ କିଛି ମିଠା ସ୍ପର୍ଶକୁ ଗାଉଁଲି ପୁଅଟି ପ୍ରେମ ଭାବି ବସିଛି । ଆଉ ଦିନେ ଝିଅଟି ଗାଁ ଛାଡ଼ି ଫେରିଯାଇଛି ତା’ ସହରକୁ । ମାତ୍ର ପୁଅଟି ଅପେକ୍ଷା କରିଛି ଦିନେ ଫେରିବ ତା ପ୍ରେମିକା । ଷ୍ଟେସନରେ ପ୍ରତି ମୁହୁର୍ତ୍ତ ସେ ଅପେକ୍ଷା କରିଛି, କେବେ ତାର କଳ୍ପନା ବାସ୍ତବତାର ରୂପ ନେବ ।

କୁହାଯାଏ ପ୍ରେମ ସବୁଠାରୁ ନିଆରା ଓ ଚିରନ୍ତନ ସତ୍ୟ । ପ୍ରେମର ଅର୍ଥକୁ ବ୍ୟାଖ୍ୟା କରିବା ଯେତିକି ସହଜ ତାର ପ୍ରତ୍ୟେକ ମୁହୂର୍ତ୍ତକୁ ଅନୁଭବ କରିବା ସେତିକି କଷ୍ଟ । ହୃଦୟର ଏକ ପବିତ୍ର ଭାବନା ହେଉଛି ପ୍ରେମ ଏବଂ ସେହି ପ୍ରେମର ସ୍ଥାନ ହେଉଛି ସବୁଠାରୁ ଉଚ୍ଚରେ । ସେଥିପାଇଁ ପ୍ରେମକୁ ସମ୍ମାନ ଦେଇ ପ୍ରତିବର୍ଷ ଭାଲେଂଟାଇନ ସପ୍ତାହ ପାଳନ କରାଯାଏ ଓ ଶେଷରେ ଫେବୃୟାରୀ ୧୪ରେ ପାଳନ କରାଯାଏ ଭାଲେଂଟାଇନ ଡେ । ଏହି ଦିନଟି ହେଉଛି ସବୁଠାରୁ ଖାସ । ତେଣୁ ପତ୍ୟେକ ପ୍ରେମୀ ଯୁଗଳ ନିଜ ଭାଲେଂଟାଇନଙ୍କ ସହିତ ଏକ ଭିନ୍ନ ଅନ୍ଦାଜରେ ଏହି ଦିନଟିକୁ ପାଳନ କରନ୍ତି ଓ ମନେ ପକାନ୍ତି ହିର, ରାଂଝା ଓ ରୋମିଓ ଜୁଲିଏଟଙ୍କ ପ୍ରେମ କାହାଣୀକୁ । ତେବେ ଏହି ପବିତ୍ର ଅନାବିଳ ପ୍ରେମକୁ ସମ୍ମାନ ଜଣାଇ ରିଲିଜ୍ ହୋଇଛି ଭିଡିଓ ଆଲବମ୍ ‘ମଥାନେ ଡାକିଲା କାଉ’ । ଯେଉଁଥିରେ ଜଣେ ପ୍ରେମୀର ହଜି ଯାଇଥିବା ପୁରୁଣା ଦିନର ସ୍ମୃତିକୁ ଚିତ୍ରିତ କରାଯାଇଛି ଯାହା ଉଦାହରଣ ସାଜିଛି ଅନ୍ୟ ପ୍ରେମୀ ଯୁଗଳଙ୍କ ପାଇଁ ।

ଭାଲେଂଟାଇନ ଡେ’କୁ ଅଧିକ ଖାସ କରିବା ପାଇଁ ଏହି ଛୋଟ କାହାଣୀଟି ନିର୍ମାଣ କରାଯାଇଛି । ଗୀତର ମ୍ୟୁଜିକ, ଲିରିକ୍ସ ଏବଂ ଭଏସ ରତିକାନ୍ତ ଶତପଥି ଦେଇଥିବା ବେଳେ କାହାଣୀକୁ ରୂପ ଦେଇଛନ୍ତି ଅଙ୍କିତ ମହାପାତ୍ର ଏବଂ ଅଭିଷେକ ଗିରୀ ଓ ସିନେମାଟୋଗ୍ରାଫର ଭାବେ କାମ କରିଛନ୍ତି ସୁଜିତ ନାରାୟଣ ମହାପାତ୍ର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More