Only for Entertainment

ନିମକୀ ପରେ ପୁଣି ଏକ ମହିଳା କେନ୍ଦ୍ରୀତ ଫିଲ୍ମରେ ନଜର ଆସିବେ ବର୍ଷା ପ୍ରିୟଦର୍ଶିନୀ, ଜୟଜୀତଙ୍କ ସହ କରିବେ ସ୍କ୍ରିନ ସେୟାର

insta pic by varshapriyadarshiniforever
42

 ଫିଲ୍ମ ‘ନିମକୀ – ନିମପୁର୍ ରୁ ନବିନ୍ ନିବାସ’ରେ ନିଜ ୟୁନିକ୍ ଅଭିନୟ ଭେଟି ଦେଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ, ଖୁବଶୀଘ୍ର ପୁଣି ଏକ ଭିନ୍ନ କାହାଣୀ ନେଇ ପରଦାକୁ ଫେରିବାକୁ ଯାଉଛନ୍ତି । ପୁଣି ଏକ ମହିଳା କେନ୍ଦ୍ରୀତ କାହାଣୀରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବର୍ଷା । ତାଙ୍କର ଏହି ଅପକମିଂ ସିନେମାର ଟାଇଟେଲ୍ ରହିଛି ‘କୁଇନ୍’ । ଏହି ଅପକମିଂ ଫିଲ୍ମର ଶୁଭ ମହୁରତ ନିକଟରେ ରୁପେଲି ନଗରୀ କଟକରେ ଅନୁଷ୍ଠିତ ହୋଇ ଯାଇଛି ।

 

 

View this post on Instagram

 

QUEEN MAHURAT ?????????

A post shared by Varsha Priyadarshini❤️Actress? (@varshapriyadarshiniforever) on

ବିଦିଶା କ୍ରାଫ୍ଟ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାରେ ବର୍ଷାଙ୍କ ବିପକ୍ଷରେ ନାୟକ ଭାବେ ଅଭିନେତା ଜୟଜୀତ୍ ଦାଶଙ୍କୁ ଦେଖିବାକୁ ମିଳିବ । ଏହି ଯୋଡିକୁ ଗତ କିଛିଦିନ ପୂର୍ବରୁ ଏକ ବିଜ୍ଞାପନରେ ବି ଦେଖିବାକୁ ମିଳିତିଲା । ଜୟଜିତ୍ ନାୟକ ଭାବେ ବାପା ତମେ ଭାରି ଦୁଷ୍ଟ ଜରିଆରେ ଓଲିଉଡରେ କରିଥିଲେ ଏଂଟ୍ରି । ଆଉ ଏବେ ତାଙ୍କ ଦ୍ୱିତୀୟ ସିନେମାରେ ବର୍ଷାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିବେ ଜୟଜୀତ ।

 

 

View this post on Instagram

 

MAHURAT OF ❤❤””” QUEEN”””❤❤

A post shared by Varsha Priyadarshini❤️Actress? (@varshapriyadarshiniforever) on

ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ଭାତ ତୁଲାଇବେ ଅମରେଶ ପତି । ସିନେମାରେ ସଙ୍ଗୀତର ଭାର ତୁଲାଇବେ ମଳୟ ମିଶ୍ର । ଏହି ସିନେମାରେ ସଙ୍ଗୀତର ଭାର ତୁଲାଇବେ ମଳୟ ମିଶ୍ର । ସଭିଁଙ୍କୁ ଏହି ଫିଲ୍ମ ମହୁରତରେ ଦେଖିବାକୁ ମିଳିଥିଲା ।

ଚଳଚ୍ଚିତ୍ର କୁଇନର ଶୁଭ ମହୁରତ ଶେଷ ହୋଇ ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି ମେକର୍ ସୂଚନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More