Only for Entertainment

ସାମ୍ନାକୁ ଆସିଲା ‘କୁଲି ନମ୍ବର ୱାନ’ର ପ୍ରଥମ ପୋଷ୍ଟର, ବରୁଣ ଧୱନଙ୍କ ଘୋଷଣା ଏହି ଦିନ ରିଲିଜ ହେବ ଫିଲ୍ମ

Latestly
63

ବଲିଉଡ ଅଭିନେତା ବରୁଣ ଧୱନ ଖୁବ ଶୀଘ୍ର ୧୯୯୫ରେ ରିଲିଜ ହୋଇଥିବା କ୍ଲାସିକ ଫିଲ୍ମ ‘କୁଲି ନମ୍ବର ୧’ର ରିମେକରେ ନଜର ଆସିବେ । ନିକଟରେ ବରୁଣ ଧୱନଙ୍କ ପିତା ଡେଭିଡ ଧୱନ ଏହି ଫିଲ୍ମର ରିମେକକୁ ନେଇ ଘୋଷଣା କରିଥିଲେ । ଏବେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି ।

ରିଲିଜ ହୋଇଥିବା ଏହି ପୋଷ୍ଟରରେ ହାତରେ ଲଗାଯାଇଥିବା ଏକ ବ୍ୟାଚ ନଜର ଆସିଛି ଯେଉଁଥିଲେ ଲେଖାହୋଇଛି ‘W. RLY No. 1 LICENSED PORTER’ । ଅଭିନେତା ବରୁଣ ଧୱନ ଖୋଦ ଏହି ପୋଷ୍ଟରକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ପୋଷ୍ଟରକୁ ବରୁଣ ୧ ମଇ ଅର୍ଥାତ ଶ୍ରମିକ ଦିବସରେ ସେୟାର କରିଛନ୍ତି । ସେୟାର କରି ସେ ଫିଲ୍ମର ରିଲିଜ ଡେଟ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି । ଫିଲ୍ମ ଆଗାମୀ ବର୍ଷ ଶ୍ରମିକ ଦିବସ ଅର୍ଥାତ ୧ ମଇ ୨୦୨୦ରେ ରିଲିଜ ହେବ ।

କହିରଖୁଛୁ ଯେ, ଫିଲ୍ମର ସୁଟିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିଲେ ମଧ୍ୟ ସ୍କ୍ରିପ୍ଟ ଫାଇନାଲ ହୋଇସାରିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଡେଭିଡ ଧୱନ । ଫିଲ୍ମରେ ବରୁଣଙ୍କ ଅପୋଜିଟରେ ସାରା ଅଲ୍ଲୀ ଖାନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More