Only for Entertainment

ସଲମାନ ଖାନଙ୍କ ‘ଭାରତ’ ପରେ ଏବେ ଏବିସିଡି-୩ରେ ନଜର ଆସିବେ ନୋରା ଫତେହୀ, ଖାସ ଅନ୍ଦାଜରେ ବରୁଣ-ଶ୍ରଦ୍ଧା କଲେ ସ୍ୱାଗତ ।

The Indian Movie Channel
32

ରେମୋ ଡିସୁଜାଙ୍କ ଫିଲ୍ମ ଏବିସିଡି-୩ ଏବେ ନିଜର ଷ୍ଟାରକାଷ୍ଟଙ୍କୁ ନେଇ ଚର୍ଚ୍ଚାରେ । ଏବିସିଡି-୩ରେ ବରୁଣ ଧୱନ, ଶ୍ରଦ୍ଧା କପୁରଙ୍କ ପରେ ଏବେ ନୋରା ଫତେହୀଙ୍କ ଏଣ୍ଟ୍ରୀ ହୋଇଛି । ଏହି ଫିଲ୍ମ ପାଇଁ ପ୍ରଥମେ କ୍ୟାଟ୍ରିନା କୈଫଙ୍କ ନାମ ଫାଇନାଲ କରିଥିଲେ । ଏହା ପରେ ସଲମାନ ଖାନଙ୍କ ଫିଲ୍ମ ଭାରତ ପାଇଁ ସେ ଫିଲ୍ମରୁ ଓହରି ଯାଇଥିଲେ । ଏହା ପରେ ଶ୍ରଦ୍ଧା କପୁରଙ୍କୁ ଫିଲ୍ମ ପାଇଁ ସାଇନ କରିଥିଲେ ।

ଏବେ ନୋରା ଫତେହୀ ଏବିସିଡି-୩ ପାଇଁ ଫାଇନାଲ କରାଯାଇଛି । ନୋରା ଫିଲ୍ମରେ ସାମିଲ ହେବା ପରେ ବରୁଣ ଏବଂ ଶ୍ରଦ୍ଧା ତାଙ୍କୁ ସ୍ୱାଗତ କରିଛନ୍ତି । ବରୁଣ ଏବଂ ଶ୍ରଦ୍ଧା ଟ୍ୱିଟ କରି ନୋରାଙ୍କୁ ଏବିସିଡି ପରିବାରକୁ ସ୍ୱାଗତ କରିବା ସହିତ ତାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ନୋରା ପ୍ରଥମ ଥର ପାଇଁ ବରୁଣ ଙ୍କ ସହିତ ସ୍କ୍ରିନ ସେୟାର କରିବେ । ନୋରା ନିଜ ବଡ୍ୟାନ୍ସ ମୁଭସ ପାଇଁ ବେଶ ଜଣାଶୁଣା ତେବେ ତେବେ ଦଖିବାକୁ ବାକି ରହିଲା ଫିଲ୍ମରେ ସେ କି କମାଲ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More