Only for Entertainment

‘ଏବିସିଡି-୩’ରେ ହେବ ବଡ ଧମାକା, ୯୦ ଦଶକର ହିଟ ଗୀତରେ ଠୁମକା ଲଗାଇବେ ବରୁଣ ଧୱନ-ଶ୍ରଦ୍ଧା କପୁର ! ପଢନ୍ତୁ ପୂରା ଖବର

India Today
37

ବଲିଉଡ ଅଭିନେତା ବରୁଣ ଧୱନ ଏବେ ନିଜର ଆଗାମୀ ଫିଲ୍ମ ‘ଏବିସିଡି-୩’କୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ଆସିବେ । ନିକଟରେ ଫିଲ୍ମର ପ୍ରଥମ ସିଡ୍ୟୁଲର ସୁଟିଂ ଶେଷ ହୋଇଛି । ଫିଲ୍ମ ର ପ୍ରକଥମ ସିଡ୍ୟୁଲ ଅମୃତସରରେ କରାଯାଇଥିଲା । ଏହାପରେ ଅଭିନେତା ବରୁଣ ଧୱନ ସୁଟିଂ ସେଟର କିଛି ଫଟୋ ସୋସିଆଲ ମିଡିଆରେ ସେ ସୟାର କରିଥିଲେ । ଫିଲ୍ମରେ ବରୁଣଙ୍କ ଲୁକ ସାମ୍ନାକୁ ଆସିବା ପରେ ଏହାକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଇତି ମଧ୍ୟରେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ, ଏବିସିଡି-୨ର ଗୀତ ‘ବେଜୁବାଁ’କୁ ଏବିସିଡି-୩ରେ ନୂଆ ରୂପ ଦିଆଯାଇଛି । ଏହା ସହିତ ଫିଲ୍ମରେ ୯୦ ଦଶକର ଏକ ଗୀତକୁ ମଧ୍ୟ ସାମିଲ କରାଯାଇଛି । ଏହି ଗୀତରେ ପ୍ରସିଦ୍ଧ ପଂଜାବୀ ସଙ୍ଗର ଗୁରୁ ରନ୍ଧୱା ନିଜର ଭଏସ ଦେବେ ।

 

 

View this post on Instagram

 

Guess the names ???? #3D

A post shared by Remo Dsouza (@remodsouza) on

କହିରଖୁଛୁ ଯେ , ଫିଲ୍ମ ଏବିସିଡି-୩ ଏକ ଡ୍ୟାନ୍ସ ପ୍ରତିଯୋଗୀତା ଉପରେ ଆଧାରିତ ଏକ ଫିଲ୍ମ ହେବ । ଫିଲ୍ମରେ ବରୁଣ ଏକ ପଂ ଜାବୀ ପୁଅ ଭୂମିକାରେ ନଜର ଆସିବେ । ଅନ୍ୟ ପକ୍ଷରେ ଶ୍ରଦ୍ଧା ଏକ ପାକିସ୍ତାନୀ ଡ୍ୟାନ୍ସର ଭୂମିକାରେ ନଜର ଆସିବେ । ଫିଲ୍ମର ଅଧିକାଂଶ ସୁଟିଂ ଲଣ୍ଡନରେ କରାଯିବ । ଫିଲ୍ମ କ୍ଲାଇମ୍ୟାକ୍ସ ମଧ୍ୟ ସେଠାରେ ହିଁ ସୁଟ କରାଯିବ । ସୁଟିଂ ପାଇଁ ପୁରା ଲ ଟିମ ୧୦ ଫେବୃଆରୀରେ ଲଣ୍ଡନ ଯିବେ ।

ଫିଲ୍ମରେ ବରୁଣ ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତିତ ନୋରା ଫତେହୀ ମଧ୍ୟ ଠୁମକା ଲଗାଉବ ଥିବାର ନଜର ଆସିବେ । ନୋରା ହିନ୍ଦୀ ଫିଲ୍ମ ବ୍ୟତିତ ତାମିଲ, ତେଲଗୁ ଏବଂ ମଲାୟଲମ ଫିଲ୍ମରେ ଆଇଟମ ନମ୍ବର କରିସାରିଛନ୍ତି । ଫିଲ୍ମରେ ନୋରା ବିଦେଶୀ ପ୍ରତିଯୋଗୀ ଭାବେ ନଜର ଆସିବେ । ଫିଲ୍ମ ୮ ନଭେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More