Only for Entertainment

ବରଫରେ ସ୍କେଟିଂ ସହ ଫିଲ୍ମ ପ୍ରଚାର କରୁଥିବା ବେଳେ କଚଡା ଖାଇଲେ ବରୁଣ ଧୱନ, ନିଜେ ଶେୟାର କଲେ ଭିଡିଓ !

51

ବଲିଉଡ ଅଭିନେତା ବରୁଣ ଧୱନ ଫିଲ୍ମ ସୁଟିଂ ହେଉ କି ନିଜ ରିଅଲ ଲାଇଫ ହେଉ ନିଜ ସମୟ ଅତିବାହିତ କରିବାକୁ କିଛି ନା କିଛି ମଜାଦାର କରିଥାଆନ୍ତି । ଏଥର ଅଭିନେତା ବରଫରେ ସ୍କେଟ କରୁଥିବା ସମୟରେ ରାପର୍ ବାଦଶାହଙ୍କ ଭଳି ଗୀତ ଗାଇବାକୁ ପ୍ରୟାସ କରୁଥିଲେ । ମାତ୍ର ତାଙ୍କର ଏହି ଷ୍ଟଂଟ ଠିକ ଭାବେ ନ ହୋଇପାରିବାରୁ ସେ ତଳେ ପଡିଯାଇଥିଲେ ।

ବରୁଣ ନୁଆବର୍ଷ ସେଲିବ୍ରେଟ କରିବା ପାଇଁ ସ୍ୱିଜରଲାଣ୍ଡ ଯାଇଛନ୍ତି । ସେଠାରେ ବିରାଟ ଏବଂ ଅନୁଷ୍କାଙ୍କ ସହ ମଧ୍ୟ ଭେଟ ହୋଇଥିଲେ । ସ୍ୱିଜରଲାଣ୍ଡରେ ସେ ସ୍କେଟ କରିବା ସମୟରେ ତାଙ୍କ ଅପକମିଂ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର୩ଡି’ର ଗୀତ ‘ଗର୍ମି’କୁ ରାପର୍ ବାଦଶାହଙ୍କ ଭଳି ଗାଇବାକୁ ପ୍ରୟାସ କରୁଥିଲେ ।

 

View this post on Instagram

 

RAP and ICESKATE ⛸ ☃️ #Sd3 Watch till the end so u know why you should never try this!! Sorry @badboyshah I tried

A post shared by Varun Dhawan (@varundvn) on

ଏଠାରେ ଆମେ କହି ରଖୁଛୁ ଯେ ବରୁଣଙ୍କ ଷ୍ଟ୍ରିଟ ଡାନ୍ସର ୩ଡି ଫିଲ୍ମ ଟ୍ରେଲର ଏବଂ ଗୀତ ରିଲିଜ ହୋଇଛି । ନିକଟରେ ନୋରା ଫତେହିଙ୍କ ସହ ନୂଆ ଗୀତ ‘ଗର୍ମି’ ରିଲିଜ ହୋଇଛି । ଏଥିରେ ଲକ୍ଷ ଲକ୍ଷ ଭ୍ୟୁ ହୋଇସାରିଲାଣି । ତେବେ ଏହି ଫିଲ୍ମ ୨୪ଜାନୁଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More