Only for Entertainment

ଟ୍ରେଲର ପୂର୍ବରୁ ରିଲିଜ ହେଲା ଫିଲ୍ମ ‘ଅକ୍ଟୋବର’ର ଆଉ ଏକ ପୋଷ୍ଟର, ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ବରୁଣ

Amar Ujala
0 87

ଫିଲ୍ମ ‘ଅକ୍ଟୋବର’ର ଟ୍ରେଲର ଲଂଚ ହେବା ପୂର୍ବରୁ ଫିଲ୍ମର ନିର୍ମାତା ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏହା ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ ଏହା ଆମେ ନୁହେଁ ଫିଲ୍ମର ପୋଷ୍ଟର କହୁଛି । ଏହି ଫିଲ୍ମ ଏକ ପ୍ରେମ କାହାଣୀ କିନ୍ତୁ ସବୁଠାରୁ ଭିନ୍ନ ଏକ ପ୍ରେମ କାହାଣୀ । ପୋଷ୍ଟରେ ପ୍ରେମକୁ ଦର୍ଶାଇବା ପାଇଁ ଏକ ସବୁଜ, ଶାନ୍ତ ପରିବେଶକୁ ଦର୍ଶାଯାଇଛି ।

ଯଦି ଆପଣ ରୋମାଣ୍ଟିକ ଫିଲ୍ମ ଦେଖିବାକୁ ପସନ୍ଦ କରୁଥାନ୍ତି ତେବେ ଏହି ପୋଷ୍ଟର ନିଶ୍ଚିତ ଆପଣଙ୍କୁ ପସନ୍ଦ ଆସିବ । ଏହି ପୋଷ୍ଟରେ ବରୁଣ ଚୁପଚାପ ହୋଇ ବନିତା ସନ୍ଧୁଙ୍କୁ ଦେଖୁଥିବା ନଜର ଆସିଛନ୍ତି । ଏହି ପୋଷ୍ଟକୁ ବରୁଣ ଧୱନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ଏହାକୁ ଶେୟାର କରି ବରୁଣ କହିଛନ୍ତି ଯେ, ‘ବେଳେବେଳେ କିଛି କହିବାର ଭଲ ଉପାୟ ହେଉଛି ତା ବିଷୟରେ କିଛି ନକହିବା । କିନ୍ତୁ ମୁଁ ନିଜକୁ ରଖିପାରୁନାହିଁ ।’


ଏହା ପୂର୍ବରୁ ଫିଲ୍ମର ଅନେକ ପୋଷ୍ଟର ସାମ୍ନାକୁ ଆସିଛି । ଆଜି ଫିଲ୍ମର ଟ୍ରେଲର ରିଲିଜ ହେବ । ଏହି ଫିଲ୍ମ ୧୩ ଏପ୍ରିଲକୁ ରଲିଜ ହେବ । ଫିଲ୍ମକୁ ସୁଜିତ ସରକାର ନିର୍ଦ୍ଦେଶନା ଦେଇଛନ୍ତି । ବରୁଣଙ୍କ ବ୍ୟତିତ ବନିତା ସନ୍ଧୁ ମଧ୍ୟ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଫିଲ୍ମରେ ପୋଷ୍ଟରେ ବରୁଣଙ୍କ ଲୁକକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ତେବେ ପୋଷ୍ଟର ଦେଖିବା ପରେ ଦର୍ଶକମାନେ ଫିଲ୍ମର ଟ୍ରେଲରକୁ ଦେଖବା ପାଇଁ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି । ଏହା ଏକ କମ ବଜେଟର ଫିଲ୍ମ କିନ୍ତୁ ଏହାର କାହାଣୀ ଲୋକଙ୍କୁ ଖୁବ ପସନ୍ଦ ଆସିବ । ଫିଲ୍ମର କାହାଣୀ ଶୁଣିବା ପରେ ବରୁଣ ଫିଲ୍ମ କରିବା ପାଇଁ ସାଇନ୍ କରିଥିଲେ ଏବଂ ତାଙ୍କ ଫିସକୁ ମଧ୍ୟ କମ କରିଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More