Only for Entertainment

ଡାନ୍ସ ଅଭ୍ୟାସ କରୁଥିବା ସମୟରେ ଆହତ ହେଲେ ବରୁଣ ଧୱନ !

35

ବଲିଉଡ ଅଭିନେତା ବରୁଣ ଧୱନ କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର୩ଡି’ର ସୁଟିଂରେ ଖୁବ ବ୍ୟସ୍ତ ଅଛନ୍ତି । ତେବେ ବରୁଣଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ, ବରୁଣ ଧୱନ ଫିଲ୍ମର କ୍ଲାଇମାକ୍ସ ସିନ ସୁଟ କରିବାକୁ ଯାଉଛନ୍ତି । ଏହି କ୍ଲାଇମାକ୍ସ ସିନର ସୁଟିଂ ମୁମ୍ବାଇରେ ହେବ । ଏହି କ୍ଲାଇମାକ୍ସ ସିନ ସୁଟକୁ ନେଇ ଧୱନ ଖୁବ ଉତ୍ସାହିତ ଅଛନ୍ତି । କିନ୍ତୁ ଅଭ୍ୟାସ କରୁଥିବା ସମୟରେ ସେ ଆହତ ହୋଇଛନ୍ତି । ମୁମ୍ବାଇ ମିରୋର ଖବର ମୁତାବକ, ବରୁଣ ଧୱନଙ୍କ ଆଣ୍ଠୁରେ ଅଭ୍ୟାସ କରୁଥିବା ସମୟରେ ଆଘାତ ଲାଗିଛି ।

ବରୁଣ ଫିଲ୍ମ ପାଇଁ ଏକ ଭାଙ୍ଗଡା ଷ୍ଟେପ ଅଭ୍ୟାସ କରୁଥିଲେ । ଏହାସହ ସେ ଫିଲ୍ମ ପାଇଁ ଅରବନ ଏବଂ ଷ୍ଟ୍ରିଟ ହିପହପ ମଧ୍ୟ ଅଭ୍ୟାସ କରୁଥିବାରେ ବ୍ୟସ୍ତ ଥିଲେ । ମଙ୍ଗଳବାର ବରୁଣ ଧୱନ ‘ଷ୍ଟ୍ରିଟ ଡାନ୍ସର ୩ଡି’ ସହ ଜଡିତ ଅନ୍ୟ କଳାକାରଙ୍କ ସହ ଅଭ୍ୟାସ କରୁଥିବା ସମୟରେ ତାଙ୍କୁ ଆଘାତ ଲାଗିଛି । ଏହି ସମୟରେ ତାଙ୍କ ସହ ରାହୁଲ ସେଟ୍ଟୀ, ଧର୍ମେଶ ଏବଂ ଟଶନ ମଧ୍ୟ ଥିଲେ । ବରୁଣଙ୍କ ଆଣ୍ଠୁ ଯେତେବେଳେ ମୋଡି ହୋଇଯାଇଥିଲା ତାଙ୍କୁ ଅଟଳି ଯିବା ପାଇଁ ସମସ୍ତେ କହିଥିଲେ ମାତ୍ର ସେ ମନା କରିଦେଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ‘ଷ୍ଟ୍ରିଟ ଡାନ୍ସର ୩ଡି’ରେ ବରୁଣଙ୍କ ବିପକ୍ଷରେ ଶ୍ରଦ୍ଧା କପୂର ମଧ୍ୟ ନଜର ଆସିବେ । ଏହି ଫିଲ୍ମର ସୁଟିଂ ପାଇଁ ଦୁହେଁ କଳାକାର ୟୁକେ, ଜର୍ମାନୀ, ନେପାଳ ଏବଂ ଆଫ୍ରିକା ଯାଇ ସାରିଲେଣି । ଫିଲ୍ମରେ ପ୍ରଭୁ ଦେବା ଏବଂ ନୋରା ଫତେହି ମଧ୍ୟ ନଜର ଆସିବେ । ଏହି ଫିଲ୍ମର ନିର୍ମାଣ ଭୂଷଣ କୁମାର, ଦିବ୍ୟା ଖୋସଲା, କୃଷ୍ଣ କୁମାର ଏବଂ ଲିଜେଲ ଡିସୁଜା ମିଶି କରିଛନ୍ତି । ଫିଲ୍ମ ୨୪ ଜାନୁୟାରୀ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More