Only for Entertainment

କିଆରା ଆଡବାଣୀଙ୍କ ସହ ହଟ ଡାନ୍ସ କରୁଥିବାର ନଜର ଆସିଲେ ବରୁଣ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ !

98

ବଲିଉଡ ଅଭିନେତା ବରୁଣ ଧୱନ ଏବଂ କିଆରା ଆଡବାଣୀଙ୍କ ଏକ ଡାନ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବରୁଣ ଏବଂ କିଆରା ହଟ ଡାନ୍ସ ମୁଭ୍ସ କରୁଥିବାର ନଜର ଆସିଛନ୍ତି । ଖବର ମୁତାବକ ଦୁହେଁ ଏକ କର୍ମସିଆଲ ଆୱାର୍ଡ ଶୋ’ ପାଇଁ ଡାନ୍ସ ପ୍ରାକ୍ଟିସ କରୁଛନ୍ତି । ଭିଡିଓରେ ଦୁହେଁ ବରୁଣଙ୍କ ଫିଲ୍ମ ‘ABCD2’ ଗୀତ ଓ ସାଥିଆରେ ଡାନ୍ସ କରୁଥିବାର ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଦୁହେଁ ଫିଲ୍ମ କଳଙ୍କର ଗୀତ ‘ଫାଷ୍ଟକ୍ଲାସ’ରେ ନଜର ଆସିଥିଲେ । ଏହା ଏକ ଡାନ୍ସ ନମ୍ବର ଗୀତ ଅଟେ । ଏହାକୁ ଅରିଜିତ ସିଂ ଏବଂ ନୀତି ମୋହନ ଗାଇଛନ୍ତି । ଏହି ଗୀତକୁ ପ୍ରିତମ କମ୍ପୋଜ କରିଛନ୍ତି ଏବଂ ଏହି ଗୀତକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ।

କିଆରାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାର ଏବଂ କରୀନା କପୂର ଷ୍ଟାରର ଫିଲ୍ମ ‘ଗୁଡନ୍ୟୁଜ’ରେ କିଆରା ନଜର ଆସିବେ । ସେହିପରି ବରୁଣ କଳଙ୍କ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ୧୯ଅପ୍ରେଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More