Only for Entertainment

ସୁଟିଂ ମଝିରେ ହିଁ ସଚିନ ତେନ୍ଦୁଲକରଙ୍କ ସହିତ କ୍ରିକେଟ ଖେଳିଲେ ବରୁଣ ଧୱନ-ଅଭିଷେକ ବଚ୍ଚନ, ଭିଡିଓ ଭାଇରାଲ

aajtak
51

କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ସୋୟାର କରିଛନ୍ତି । ଭିଡିଓରେ ସଚିନ ଅଭିନେତା ବରୁଣ ଧୱନ ଏବଂ ଅଭିଷେକ ବଚ୍ଚ ନଙ୍କ ସହିତ କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସଚିନ ନ୍ୟାସନାଲ ସ୍ପୋଟର୍ସ ଡେ’ ଅର୍ଥାତ ଗୁରୁବାର ଦିନ ବରୁଣ ଧୱନଙ୍କ ସହିତ ସଚିନ କ୍ରିକେଟ ଖେଳୁଥିବା ନଜର ଆସିଛନ୍ତି । ପରେ ବରୁଣ ଏବଂ ସଚିନଙ୍କୁ ଅଭିଷେକ ବଚ୍ଚନ ଜଏନ କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

ଭିଡିଓ ସେୟାର କରି ସଚିନ ଲେଖିଥିଲେ, ‘ଖେଳ ଏବଂ କାମ ଏକା ସହିତ କରିବା ଖୁବ ଭଲ ହୋଇଥାଏ । ସୁଟିଂ ସମୟରେ କ୍ରୁ ମେମ୍ବରଙ୍କ ସହିତ କ୍ରିକେଟ ଖେଳବି ଖୁବ ମଜାଦାର ଥିଲା । ବରୁଣ ଧୱନ ଏବଂ ଅଭିଷେକ ବଚ୍ଚନଙ୍କ ସହିତ ଖୁବ ମଜା ଆସିଲା ।’

ସଚିନଙ୍କ ଏହି ଟ୍ୱିଟ ପରେ ବରୁଣ ଧୱନ ଏବଂ ଅଭିଷେକ ବଚ୍ଚନ ନିଜ ଏଳ୍ସାଇଟମେଣ୍ଟକୁ କଣ୍ଟ୍ରୋଲ କରିନପାରି କମେଣ୍ଟ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆରେ ସଚିନଙ୍କ ଏହି ଭିଡିଓକୁ ଲୋକେ ସୋସିଆଲ ମିଡିଆରେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More