Only for Entertainment

ବର୍ଥଡେ ସ୍ପେଶାଲ: ପିଲା ଦିନେ ଖୁବ ଦୁଷ୍ଟ ଥିଲେ ଏବଂ ଗୋଲ-ମଟୋଲ ଦିଶୁଥିଲେ ବରୁଣ ଧୱନ, ଦେଖନ୍ତୁ କ୍ୟୁଟ ଫଟୋ !

19

ବଲିଉଡ ଅଭିନେତା ବରୁଣ ଧୱନ ଆଜି ନିଜର ୩୨ତମ ବର୍ଥଡେ ସେଲିବ୍ରେଟ କରୁଛନ୍ତି । ବରୁଣଙ୍କ ଜନ୍ମ ୧୯୮୭ରେ ମୁମ୍ବାଇରେ ହୋଇଥିଲା । ଖବର ମୁତାବକ ବରୁଣ ବର୍ଥଡେ ନିଜ ସ୍କୁଲ ସାଙ୍ଗମାନଙ୍କ ସହ ଥାଇଲାଣ୍ଡରେ ସେଲିବ୍ରେଟ କରୁଛନ୍ତି । କିଛି ଦିନ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜ ପରିଚୟ ବନାଇଛନ୍ତି । ବରୁଣ ପିଲାଦିନେ ଖୁବ ଦୁଷ୍ଟ ଥିଲେ ଏବଂ ତାଙ୍କୁ ଅନୁଶାସନକୁ ଆଣିବା ପାଇଁ ବାପା ମା’ କଡା ମେହନତ କରିଥିଲେ ।

ବରୁଣ ନିଜ କ୍ୟାରିଅର ୨୦୧୨ରେ କରଣ ଜୋହରଙ୍କ ନିର୍ଦ୍ଦେଶିତ ‘ଷ୍ଟୁଡେଂଟ ଅଫ ଦି ଇୟର’ ଫିଲ୍ମରୁ ଆରମ୍ଭ କରିଥିଲେ । ଫିଲ୍ମରେ ତାଙ୍କ ସହ ଆଲିୟା ଭଟ୍ଟ ଏବଂ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଥିଲେ । ଏହାପରେ ‘ମେ ତେରା ହିରୋ, ‘ହମ୍ପଟି ଶର୍ମା କି ଦୁଲହନିଆ, ଦିଲବାଲେ, ବଦ୍ରିନାଥ କି ଦୁଲହନିଆ, ବଦଲାପୁର, ଏବିସିଡି୨, ଢିସୁମ ଏବଂ ଜୁଡବା୨ରେ ଫିଲ୍ମରେ ଅଭିନୟ କରି ନିଜର ଭିନ୍ନ ପରିଚୟ ବନାଇଛନ୍ତି । କାମ ବିଷୟରେ କହିବାକୁ ଗଲେ ବରୁଣ କିଛି ଦିନ ହେବ ଷ୍ଟ୍ରିଟ ଡାନ୍ସରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାବ୍ୟତୀତ ଫିଲ୍ମ କୁଲି ନମ୍ବର ୧ର ରିମେକରେ ମଧ୍ୟ ନଜର ଆସିବେ । ବରୁଣଙ୍କ ବର୍ଥଡେ ଦେଖନ୍ତୁ ତାଙ୍କର କିଛି ସ୍ପେଶାଲ ଫଟୋ ….

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More