Only for Entertainment

ଅଷ୍ଟ୍ରେଲିଆ କ୍ୟାପଟେନ ଷ୍ଟିଭ ସ୍ମିଥଙ୍କୁ ଭେଁ ଭେଁ ହୋଇ କାନ୍ଦିବାର ଦେଖି ଭାବୁକ ହେଲେ ଏହି ଅଭିନେତା

bollywood life
0 35

ମ୍ୟାଚରେ ବଲ ଟ୍ୟାମ୍ପରିଙ୍ଗ ଆରୋପରେ ଅଷ୍ଟ୍ରେଲିଆ ଟିମ କ୍ୟାପଟେନ ଷ୍ଟିଭ ସ୍ମିଥଙ୍କୁ ଏକ ବର୍ଷ ପାଇଁ ବ୍ୟାନ କରାଯାଇଛି । ଏହାପରେ ହୋଇଥିବା ପ୍ରେସ କନଫେରେନ୍ସରେ ସ୍ମିଥ ଭେଁ ଭେଁ ହୋଇ କାନ୍ଦିଥିଲେ ଏବଂ ତାଙ୍କ ଆଖିରେ ଧାର ଧାର ଲୁହ ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ବଲିଉଡ ଅଭିନେତା ବରୁଣ ଧାୱନ ସ୍ମିଥଙ୍କ କ୍ଷମା କରିଦେବା ପାଇଁ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି ।


ବରୁଣ ଟୁଇଟ କରି କହିଛନ୍ତି ଯେ ‘ଏଥିରୁ ସ୍ପଷ୍ଟ ଦେଖାଯାଉଛି ଯେ ସ୍ମିଥଙ୍କୁ ତାଙ୍କ ଭୁଲର ଅବଶୋଷ ରହିଛି । ପ୍ରଶଂସକମାନେ ତାଙ୍କୁ କ୍ଷମା କରିଦେବା ଉଚିତ । ଏହା ସହିତ ସେ କହିଥିଲେ ସ୍ମିଥଙ୍କୁ କ୍ଷମା କରିବା ବ୍ୟାନଠାରୁ ମଧ୍ୟ ବଡ ଦଣ୍ଡ ।’

ଉଲ୍ଲେଖଯୋଗ୍ୟ ଯେ ବରୁଣ ନିଜ ଆଗାମ ୀ ଫିଲ୍ମ ‘ଅକ୍ଟୋବର’କୁ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମ ୧୩ ଏପ୍ରିଲକୁ ରିଲିଜ ହେବ । ଏହି ଫିଲ୍ମର ନିଦ୍ଦେ ର୍ଶକ ଅଛନ୍ତି ସୁଜିତ ସରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More