Only for Entertainment

କୁଲି ନମ୍ବର ୱାନ’ ସେଟ୍ ରେ ମସ୍ତୀ କରୁଛନ୍ତି ବରୁଣ, ଦେଖନ୍ତୁ କ୍ୟାମେରା ପଛର ମଜାଦାର ଭିଡ଼ିଓ

hindirush
126

ବଲିଉଡ ଅଭିନେତା ବରୁଣ ଧାୱନ “ କୁଲି ନମ୍ବର ୧ ” ଫିଲ୍ମ ପାଇଁ ପ୍ରସ୍ତୁତି ଅରମ୍ଭ କରି ସାରିଲେଣି । ଫିଲ୍ମ ନିର୍ମାତା ଡେଭିଡ ଧାୱନ ଯେବେଠାରୁ ୧୯୯୫ରେ ରିଲିଜ ହୋଇଥିବା ଫିଲ୍ମ “କୁଲି ନମ୍ବର ୧” ପ୍ରସ୍ତୁତ କରିବାର ଘୋଷଣା କରିଛନ୍ତି, ଦର୍ଶକଙ୍କ ମନରେ ଫିଲ୍ମକୁ ନେଇ ଉତ୍ସାହ ବଢିବାରେ ଲାଗିଛି । ନିକଟରେ ବରୁଣ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ରାଜୁ କୁଲି ସାଜିବାର ଏକ ମଜାଦାର ଭିଡିଓ ସେୟାର କରିଛନ୍ତି ।

ଗତ ମଙ୍ଗଳବାରକୁ ବରୁଣ “କୁଲି ନମ୍ବର- ୧” ସେଟରୁ ଫିଲ୍ମ ସହିତ ଜଡିତ ଏକ ଫନି ଭିଡିଓ ଶେୟାର କରିଛନ୍ତି । ଭିଡ଼ିଓରେ ବରୁଣ ଧାୱନ ଦାଢି ସେଭ୍ ହେଉଥିବାର ନଜର ଆସିଛି । ସେଭିଂ ପରେ ବରୁଣ ଭିନ୍ନ ଭିନ୍ନ ଫେସ୍ମାସ୍କ ଲଗାଇ ଏକ ଫନି ଭିଡିଓ ଶେୟାର କରିଛନ୍ତି । ଏହା ସହିତ ଆକ୍ଟର କହିଛନ୍ତି, ଗୁଡ ମଣିଙ୍ଗ୍ ଦୋସ୍ତୋ,ମୋ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଛି ।

ଖବର ମୁତାବକ କୁଲି ନମ୍ବର-୧ ପୂର୍ବରୁ ନିର୍ମାଣ ହୋଇଥିବା ଫିଲ୍ମ ‘କୁଲି’ର ରିମେକ ନୁହେଁ । ଯେବେ ମଧ୍ୟ ଏଭଳି ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଏ ଲୋକେ ଭାବନ୍ତି ଏହା ପୂର୍ବ ସିରିଜର ରିମେକ୍ । କିନ୍ତୁ ଏହି ଫିଲ୍ମଟି ପୂର୍ବାପେକ୍ଷା ସଂପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି ଆକ୍ଟର । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଡେଭିଡ ଧାୱନ । ଫିଲ୍ମରେ ବରୁଣଙ୍କ ବ୍ୟତୀତ ସାରା ଅଲ୍ଲୀ ଖାନ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମ ଆଗାମୀ ଦିନରେ ମୁମ୍ବାଇ ଓ ଲଣ୍ଡନରେ ସୁଟିଂ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More