ସେଟରେ ମୌନବ୍ରତ ରଖିଲେ ଶ୍ରଦ୍ଧା, ହୃଦୟ ଛୁଇଁନେବ ଆୟୁଷ୍ମାନ ଖୁରାନାଙ୍କ କବିତା ।
ପୁଲୱାମା ଆକ୍ରମଣର ଦୁଇ ଦିନ ବିତିଯାଇଛି । ହୃଦୟରେ କ୍ରୋଧ ଏବଂ ଆଖିରେ ଅଶ୍ରୁ ଧରି ଶହୀଦ ମାନଙ୍କୁ ମନେ ପକାଉଛନ୍ତି ଜନତା । ଚାରିଆଡ଼େ ଶୋକ ପରିସ୍ଥିତି । ହାହାକାରରେ ଭାରତ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ସମସ୍ତେ ନିଜର ପ୍ରତିକ୍ରିୟା ଦେଖାଉଛନ୍ତି । ନିକଟରେ ଶ୍ରଦ୍ଧା କପୁର ଏବଂ ବରୁଣ ଧାୱନଙ୍କ ଷ୍ଟ୍ରିଟ ଡ୍ୟାନ୍ସରରେ ୨ ମିନିଟର ଶୋକ ସଭା ରଖା ଯାଇଥିଲା ଏବଂ ଶହୀଦ ମାନଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଏହି ଫଟୋ ଏବେ ଖୁବ ଭାଇରାଲ ହେଉଛି ।
ବରୁଣ ଏହାକୁ ନେଇ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଛନ୍ତିଯେ ଜୟ ହିନ୍ଦ । ମୁଁ କେବେ ମଧ୍ୟ ହିଂସାରେ ବିଶ୍ୱାସ କରେ ନାହିଁ । କେବଳ ସେତିକି ନୁହେଁ ଆକ୍ଟର ଆୟୁଷ୍ମାନ ଖୁରାନା ଏକ କବିତା ମଧ୍ୟ ଶେୟାର କରିଛନ୍ତି ଯାହା ଆପଣଙ୍କ ହୃଦୟକୁ ଛୁଇଁନେବ ।