Only for Entertainment

ଏବିସିଡି ଥ୍ରି ପାଇଁ ସୁଟିଂ ଆରମ୍ଭ କଲେ ବରୁଣ ।

32

ବରୁଣ ଧାୱନ ରେମୋ ଡିସୁଜାଙ୍କ ଫିଲ୍ମ ଏବିସିଡି ଥ୍ରି ପାଇଁ ସୁଟିଂ ଆରମ୍ଭ କରି ସାରିଲେଣି । ବରୁଣ ତାଙ୍କ ଟ୍ୱିଟର ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଏବଂ ତାଙ୍କ ଟିମ ସୁଟିଂ ପାଇଁ ପଂଜାବ ଯାଉଥିବା ସୂଚନା ଦେଇଛନ୍ତି ।

ଭିଡ଼ିଓରେ ବରୁଣ ଧଳା ରଙ୍ଗର ସ୍ପୋଟିଂ ଏବଂ ବ୍ରାଉନ ରଙ୍ଗର ଟ୍ରାଉଜର ଓ ଏହା ସହିତ ମିଲିଟାରୀ ଗ୍ରୀନ କ୍ୟାପ ଲଗାଇଥିବାର ନଜର ଆସିଛନ୍ତିି । କ୍ୟାପ୍ସନରେ ବରୁଣ ଲେଖିଛନ୍ତିଯେ ଯେହେତୁ ସେ ଆଉ ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ସେ ତାଙ୍କ ଫ୍ୟାନ୍ସ ମାନଙ୍କର ଆଶୀର୍ବାଦ ଚାହୁଁଛନ୍ତି ।

 

ଫିଲ୍ମରେ ବରୁଣ ଧାୱନ ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତୀତ ଡ୍ୟାନ୍ସର ଶକ୍ତି ମୋହନ ଏବଂ ସୋନମ ବଜୱା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

ୱର୍କଫ୍ରଂଟ କଥା ଆଲୋଚନା କରିବ ତ ବରୁଣ ଏବେ ଫିଲ୍ମ କଳଙ୍କର ସୁଟିଂ ମଧ୍ୟ କରୁଛନ୍ତି । କେବଳ କଳଙ୍କ ନୁହେଁ ଆୟନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ ବରୁଣ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More