Only for Entertainment

ବ୍ରେକଅପ ପରେ ସାମ୍ନାକୁ ଆସିଲା ଏହି ଖବର, ଚଳିତବର୍ଷ ଗର୍ଲଫ୍ରେଣ୍ଡ ସହିତ ବିବାହ କରିବେ ବରୁଣ ଧୱନ

Dailymotion
0 52

ବିରାଟ-ଅନୁଷ୍କାଙ୍କ ପରେ ଯେଉଁ ବଲିଉଡ ସେଲିବ୍ରିଟିଙ୍କ ବିବାହ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସେ ହେଉଛନ୍ତି ସୋନମ-ଆନନ୍ଦ ଏବଂ ବରୁଣ-ନତାଶା । ବଲିଉଡ ଅଭିନେତା ବରୁଣ ଧୱନ ନିଜର ଲଙ୍ଗ ଟାଇମ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହିତ ବିବାହ ଖବର ଏବେ ଚର୍ଚ୍ଚର ବିଷୟ । ଏହି ଯୋଡି ମେ କିମ୍ବା ଜୁନରେ ବିବାହ କରିପାରନ୍ତି । କିନ୍ତୁ ଏହି ଖବର କତେ ଦୂର ସତ ତାହା ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

ସୂଚନା ଅନୁସାରେ ବରୁଣ କିଛି ବର୍ଷ ହେବ ନତାଶାଙ୍କୁ ଡେଟ କରୁଛନ୍ତି ଏବଂ ଦୁହିଁଙ୍କୁ ଅନେକଥର ଏକା ସହିତ ମଧ୍ୟ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ନତାଶା ବରୁଣଙ୍କ ଫ୍ୟାମିଲି ଫଙ୍କସନରେ ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳିଛି ।

କିଛି ଦିନ ପୂର୍ବରୁ ବରୁଣ ଏବଂ ନତାଶାଙ୍କ ବ୍ରେକଅପ ଖବର ସାମ୍ନାକୁ ଆସିଥିଲା ଏବଂ ଏହାର କାରଣ ଆଲିୟା ଭଟ୍ଟ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ବର୍ତ୍ତମାନ ଦୁଇ ଜଣଙ୍କ ମଧ୍ୟରେ ସବୁକିଛି ଠିକ ହେଇଯାଇଛି ଏବଂ ଦୁହେଁ ଚଳିତ ବର୍ଷ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।
ଫିଲ୍ମ ବିଷୟରେ କହିବାକୁ ଗଲେ ବରୁଣ ବର୍ତ୍ତମାନ ସୁଟିଂରେ ବ୍ୟସ୍ତ ଅଛନ୍ତି । ଚଳିତବର୍ଷ ଏପ୍ରିଲରେ ବରୁଣଙ୍କର ‘ଅକ୍ଟୋବର’ ରିଲିଜ ଅପେକ୍ଷାରେ ଥିବା ବେଳେ ସେପ୍ଟେମ୍ବରରେ ଅନୁଷ୍କାଙ୍କ ସହିତ ‘ସୁଇ ଧାଗା’ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More