Only for Entertainment

ଆଗାମୀ ଫିଲ୍ମରେ ଦୁଇ ଦୁଇଟି ହିରୋଇନଙ୍କ ସହିତ ନଜର ଆସିବେ ବରୁଣ ଧୱନ

google
96

ହମ୍ପ୍‍ଟି ଶର୍ମା କି ଦୁଲ୍‍ହନିଆ’ ଏବଂ ‘ବଦ୍ରୀନାଥ କି ଦୁଲହନିଆ’ ପରେ ବରୁଣ ଧୱନ ପୁଣି ଥରେ ଶଶାଙ୍କ ଖେତାନଙ୍କ ସହିତ କାମ କରିବାକୁ ଯାଉଛନ୍ତି । ବରୁଣ ଶଶାଙ୍କଙ୍କ ଫିଲ୍ମ ‘ରଣଭୂମି’ରେ ଅଭିନୟ କରିବେ ବୋଲି ଜଣାପଡ଼ିଛି । ଗତବର୍ଷ କରଣ ଜୋହର ‘ରଣଭୂମି’ର ଘୋଷଣା କରିଥିଲେ । ଏହି ଫିଲ୍ମଟି ୨୦୨୦ରେ ରିଲିଜ୍‍ ହେବ ବୋଲି ଜଣାପଡ଼ିଛି । ଶଶାଙ୍କ ଗୋଟିଏ ପରେ ଗୋଟିଏ ଫିଲ୍ମରେ ବରୁଣଙ୍କୁ ଡାଇରେକ୍ଟ କରୁଛନ୍ତି ।

ଏହି ଫିଲ୍ମରେ ବରୁଣଙ୍କ ବିପକ୍ଷରେ ଦୁଇ ଜଣ ଅଭିନେତ୍ରୀଙ୍କୁ ସାଇନ୍‍ କରାଯାଇଥିବା ଚର୍ଚ୍ଚା ହେଉଛି । ଏହି ଦୁଇ ଅଭିନେତ୍ରୀ ହେଉଛନ୍ତି ଭୂମି ପେଡନେକର ଏବଂ କିଆରା ଆଡ୍‍ଭାଣୀ । ବହୁ ବିଚାର ବିମର୍ଷ କରିବା ପରେ ଏହି ଦୁଇ ଅଭିନେତ୍ରୀଙ୍କୁ କରଣ ଏବଂ ଶଶାଙ୍କ ଫାଇନାଲ କରିଥିବା କୁହାଯାଉଛି । ଶୁଣାଯାଉଛି ଯେ, ଭୂମି, କିଆରା ଏବଂ ବରୁଣଙ୍କୁ ଫିଲ୍ମଟିର ସ୍କ୍ରୀପ୍ଟ ଖୁବ୍‍ ପସନ୍ଦ ମଧ୍ୟ ଆସିଛି ।

ସୂଚନା ଥାଉ ଯେ, ବରୁଣ ଧୱନ୍‍ଙ୍କ ଆଗାମୀ ପ୍ରୋଜେକ୍ଟ ମଧ୍ୟରେ ରହିଛି ‘ଷ୍ଟ୍ରୀଟ୍‍ ଡାନ୍ସର୍‍ ୩ ଡି’, ଯେଉଁଥିରେ ସେ ଶ୍ରଦ୍ଧା କପୁରଙ୍କ ସହିତ ଦେଖା ଦେବେ । ଏଥିସହିତ ପାପା ଡେଭିଡ୍‍ଙ୍କ ଫିଲ୍ମ ‘କୁଲି ନଂ-୧’ର ସୁଟିଂରେ ମଧ୍ୟ ବରୁଣ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ଅପୋଜିଟ୍‍ ସାରା ଅଲ୍ଲୀ ଖାନ୍‍ ଅଭିନୟ କରୁଛନ୍ତି । ସେହିପରି ଭୂମି ବର୍ତ୍ତମାନ ‘ପତି ପତ୍ନୀ ଔର ୱହ’ ଏବଂ କିଆରା ଫିଲ୍ମ ‘ଗୁଡ୍‍ ନ୍ୟୁଜ୍‍’ର ପ୍ରମୋଶନ୍‍କୁ ନେଇ ବ୍ୟସ୍ତ ଅଛନ୍ତି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More