Only for Entertainment

ବଡ ଖୁଲାସା, ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ରେ ଏପରି ରହିବ ବରୁଣ ଧୱନଙ୍କ ଭୂମିକା, ଇଦରେ ହେବ ରିଲିଜ ।

Popdiaries
25

ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’କୁ ତାଙ୍କ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଟାଇଗର ଜିନ୍ଦା ହେ ପରେ କ୍ୟାଟ୍ରିନା ଏବଂ ସଲମାନ ଖାନ ପୁଣିଥରେ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ବ୍ୟତୀତ ତବୁ, ଦିଶା ପାଟନୀ, ନୋରା ଫତେହୀ, ସୁନୀଲ ଗ୍ରୋଭର ଏବମ ଜ୍ୟାକି ଶ୍ରଫଙ୍କ ପରି କଳାକାର ନଜର ଆସିବେ ।

ଆମେ ଆପଣଙ୍କୁ ପୂର୍ବରୁ କହିଥିଲୁ ଯେ, ଫିଲ୍ମ ଭାରତରେ ଅଭିନେତା ବରୁଣ ଧୱନ କାମିୟୋ ଭାବେ ନଜର ଆସିବେ । ତେବେ ଫିଲ୍ମର ବରୁଣଙ୍କ ଭୂମିକାରୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଫିଲ୍ମରେ ବରୁଣଙ୍କ ଭୂମିକା ଛୋଟ ରହିଛି ସତ କିନ୍ତୁ ତାଙ୍କର ଭୂମିକା ଜବରଦସ୍ତ ରହିଛି । ଖବର ଅନୁସାରେ ଫିଲ୍ମରେ ବରୁଣ ଯୁବା ଧୀରୁବାଇ ଅମ୍ବାନୀଙ୍କ ଭୂମିକାରେ ନଜର ଆସିବେ ।

ଫିଲ୍ମ ବିଷୟରେ କହିବାକୁ ଗଲେ କୋରିଆନ ଫିଲ୍ମ ଓଡ ଟୁ ମାଇଁ ଫାଦରର ଏହା ହିନ୍ଦୀ ରିମେକ । ଫିଲ୍ମରେ ସଲମାନ ଖାନଙ୍କୁ ୫ଟି ଭିନ୍ନ ଲୁକରେ ଦେଖିବାକୁ ମିଳିବ । ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More