Only for Entertainment

ବରୁଣଙ୍କୁ ରିମେକ ନିଶା । ‘ଜୁଡୱା ୨’ ପରେ ଭାଇଜାନଙ୍କ ଆଉ ଏକ ଫିଲ୍ମର ରିମେକରେ ଆସିବେ ନଜର

zee news
0 47

ବଲିଉଡ ଚୁଲବୁଲ ନାୟକ ବରୁଣ ଧୱନଙ୍କୁ ତାଙ୍କ ଅଭିନୟ ପାଇଁ ଖୁବ ପସନ୍ଦ କରାଯାଇଥାଏ । କିଛି ମାସ ପୂର୍ବରୁ ବରୁଣଙ୍କ ଫିଲ୍ମ ‘ଜୁଡୱା ୨’କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା । ଫିଲ୍ମରେ ବରୁଣଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିଥିଲା ଯହା ସଲମାନଙ୍କ ଫିଲ୍ମ ‘ଜୁଡୱା’ର ସିକ୍ୱଲ ଥିଲା । ବର୍ତ୍ତମାନ ବରୁଣ ପୁଣିଥରେ ସଲମାନ ଖାନଙ୍କ ଆଉ ଏକ ଫିଲ୍ମ ‘ବିବି ନମ୍ବର ୧’ର ସିକ୍ୱଲରେ ନଜର ଆସିବାକୁ ଯାଉଛନ୍ତି ।
ସୂଚନା ଅନୁସାରେ ସଲମାନଙ୍କ ଫିଲ୍ମ ‘ବିବି ନମ୍ବର ୧’ ୧୯୯୯ ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ସଲମାନ ବିବାହିତ ବ୍ୟକ୍ତି ଭୂମିକାରେ ନଜର ଆସିଥିଲେ ଏବଂ କରିଶ୍ମା କପୁର ତାଙ୍କର ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତିତ ଏହି ଫିଲ୍ମରେ ସଲମାନ ଏକ ମଡେଲଙ୍କୁ ଭଲପାଇ ବସିଥିଲେ । ଏହା ଏକ କମେଡି ଫିଲ୍ମ ହୋଇଥିଲା ବେଳେ ସେ ସମୟରେ ଦର୍ଶର୍କ ଏହି ଫିଲ୍ମକୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ବର୍ତ୍ତମାନ ଡେଭିଡ ଧୱନ ଏହି ଫିଲ୍ମର ରିମେକ କରିବା ପାଇଁ ଯାଉଛନ୍ତି ଏବଂ ଏହି ଫିଲ୍ମରେ ସଲମାନଙ୍କ ସ୍ଥାନରେ ବରୁଣଙ୍କୁ ଦେଖିବାକୁ ମିଳିବ ।
ରିପୋର୍ଟ ଅନୁସାରେ ଏହି ଫିଲ୍ମର ସୁଟିଂ ଆସନ୍ତା ବର୍ଷରୁ ଆରମ୍ଭ ହେବ । ଏହାକୁ ନେଇ ବରୁଣ ଅତ୍ୟନ୍ତ ଖୁସିଥିବା ଜଣାପଡିଛି କାରଣ ଏହି ଫିଲ୍ମ ତାଙ୍କ ପସନ୍ଦର ଫିଲ୍ମ ମଧ୍ୟରୁ ଏକ । ସୂଚନା ଅନୁସାରେ ବରୁଣ ତାଙ୍କର ଆଗାମୀ ଫିଲ୍ମ ‘ଅକ୍ଟୋବର’ ସୁଟିଂ ଶେଷ କରି ‘ସୁଇ ଧାଗା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ବରୁଣଙ୍କ ସହିତ ଅନୁଷ୍କା ଶର୍ମା ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More