Only for Entertainment

ଷ୍ଟ୍ରିଟ ଡ୍ୟାନ୍ସର ସେଟରେ ଚେତା ହରାଇଲେ ବରୁଣ, ଚିକିତ୍ସା ପରେ ସାମ୍ନାକୁ ଆସିଲା କାରଣ

aajtak
414

ବଲିଉଡର ସବୁଠାରୁ ପରିଶ୍ରମୀ ଆକ୍ଟର ମାନଙ୍କ ମଧ୍ୟରେ ବରୁଣ ଧାୱନ ଜଣେ । ବରୁଣ ତାଙ୍କର ପ୍ରତ୍ୟେକ ଫିଲ୍ମରେ ଖୁବ ମନ ଧ୍ୟାନ ଦେଇ କାମ କରନ୍ତି । ବରୁଣ ଧାୱନ ଏବେ ତାଙ୍କର ଅପକମିଂ ଫିଲ୍ମ ଷ୍ଟ୍ରିଟ ଡ୍ୟାନ୍ସର ଥ୍ରି’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ପାଇଁ ସେ ଦିନ ରାତି ରିହର୍ସଲ ଏବଂ ସୁଟିଂ କରୁଛନ୍ତି । ଯାହାର ପ୍ରଭାବ ଏବେ ବରୁଣଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଛି । ରିପୋର୍ଟ ଅନୁସାରେ ବରୁଣ ଧାୱନ ନିକଟରେ ଷ୍ଟ୍ରିଟ ଡ୍ୟାନ୍ସର ଥ୍ରି’ ସୁଟିଂ ସେଟ୍ରେ ଚେତାଶୂନ୍ୟ ହୋଇଗଲେ ।

ମି ଡ ଡେ’ର ରିପୋର୍ଟ ଅନୁସାରେ ବରୁଣ ଗତ କିଛି ଦିନ ହେବ ଅସୁସ୍ଥ ଅଛନ୍ତି । ଏହାର ସୂଚନା ନିଜେ ବରୁଣ ତାଙ୍କ ସୋସିଆଲ ମିଡିଆ ଆକାଉଂଟ ମାଧ୍ୟମରେ ଦେଇଥିଲେ । ରିପୋର୍ଟରୁ ଜଣାଗଲାଯେ ଗତ କିଛି ଦିନ ହେବ ବରୁଣ ଜ୍ୱରରେ ପିଡ଼ିତ ଥିଲେ । କିନ୍ତୁ ଅସୁସ୍ଥ ଥାଇ ମଧ୍ୟ ସେ ସୁଟିଂରେ ବ୍ୟସ୍ତ ଥିଲେ । ଏହା ସହିତ ରିହର୍ସଲ ମଧ୍ୟ କରୁଥିଲେ ।

ମଙ୍ଗଳବାରକୁ ଏକ ଡ୍ୟାନ୍ସ ସିକ୍ୱେନ୍ସର ସୁଟିଂ ସମୟରେ ବରୁଣଙ୍କ ମୁଣ୍ଡ ବୁଲାଇ ହେଲା ଏବଂ ଚେତାଶୂନ୍ୟ ହୋଇଗଲେ । ଏହାପରେ ଡାକ୍ତର ଆସିଲେ ଏବଂ ଜଣାଗଲାଯେ ବରୁଣଙ୍କ ବିପି ଲୋ ହୋଇ ଯାଇଥିଲା । ତେବେ କହିରଖୁଛୁ ବରୁଣ ରେମୋଙ୍କୁ ଦୁଇ ସିଫ୍ଟ କରିବେ ବୋଲି କହିଥିଲେ । କାରଣ ସେ ଚାହୁଁଥିଲେ ସମୟ ମଧ୍ୟରେ ସୁଟିଂ ଶେଷ ହୋଇଯାଉ । ଏଥିରୁ ଜଣାପଡ଼ୁଛି ବରୁଣ ଖୁବ ପରିଶ୍ରମୀ ଏବଂ ନିଜ କାମକୁ ନେଇ ଖୁବ ଦାୟୀତ୍ୱବାନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More