Only for Entertainment

କମେଡିର ଡବଲ ତଡକା, ‘ଚୁଚା’ ସହିତ ନଜର ଆସିବେ ଗୋବିନ୍ଦା

Newsfolo
0 43

ବଲିଉଡର ଜବରଦସ୍ତ କମେଡି ଫିଲ୍ମ ‘ଫୁକରେ’ ଏବଂ ‘ଫୁକରେ ରିଟନ୍ସ’ରେ ‘ଚୁଚା’ ଚରିତ୍ରରେ ଲୋକଙ୍କୁ ହସାଇ ହସାଇ ବେଦମ କରିଥିବା ଅଭିନେତା ବରୁଣ ଶର୍ମା ଏକ ନୂଆ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବ । ସବୁଠାରୁ ଖାସ କଥା ହେଉଛି ଏହି ଫିଲ୍ମରେ ତାଙ୍କର ନାମ ଆହୁର ବି ମଜାଦାର ରହିବ ।

ଖବର ଅନୁସାରେ ବରୁଣ ଖୁବ ଶୀଘ୍ର ଗୋବିନ୍ଦାଙ୍କ ସହିତ ଫିଲ୍ମ ‘ଫ୍ରାଇଡେ’ରେ ନଜର ଆସିବେ । ନିକଟରେ ଏହି ଫିଲ୍ମରେ ପୋଷ୍ଟର ରିଲିଜ କରାଯାଇଛି । ଏହି ଫିଲ୍ମଟି ୧୧ ମେ’କୁ ରିଲିଜ ହେବ ।


ଗୋବିନ୍ଦା ବରୁଣଙ୍କ ସହିତ ମିଶି କିଛି ନୂଆ କରିବା ପାଇଁ ଯାଉଛନ୍ତି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିବେ କାରଣ ଏହି ଦୁଇ ଅଭିନେତା କମେଡି ଦୁନିଆର ମହାରଥୀ । ଦୁଇ ଜଣ ଏକାଠି ଯେତେବେଳେ ହୋଇଛନ୍ତି ସେଥିରେ କମେଡି ତଡକା ତ ନିଶ୍ଚୟ ରହିବ । ଗୋବିନ୍ଦାଙ୍କର ନିକଟରେ ଦୁଇଟି ଫିଲ୍ମ ରିଲିଜ ହୋଇଥିଲା କିନ୍ତୁ ତାହା ବକ୍ସ ଅଫିସରେ ଚାଲିପାରିଲା ନାହିଁ । ତେବେ ଦେଖିବାକୁ ବାକି ରହିଲା ଏହା ଦର୍ଶକଙ୍କ ହୃଦୟକୁ ଛୁଇଁ ପାରୁଛି କି ନାହିଁ ।

ଏହା ବ୍ୟତିତ ବରୁଣ ଫିଲ୍ମ ‘ଅର୍ଜୁନ ପଟିୟାଲା’ରେ ସେକେଣ୍ଡ ଲିଡରେ ନଜର ଆସିବେ । ବରୁଣଙ୍କ ସହିତ କ୍ରିତି ସେନନ ଏବଂ ଦିଲଜିତ ଦୋସାଂଝାଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More